Uncategorized

୨ ତାରିଖରୁ ପୂରା ଦେଶରେ ଗୋଟିଏ କରୋନା ଟୀକାକରଣର ଡ୍ରାଇ ରନ

ନୂଆଦିଲ୍ଲୀ: ନୂଆ ବର୍ଷ ସହ ଦେଶରେ କରୋନା ଟୀକାକରଣକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ୨ ଜାନୁଆରୀରୁ ଦେଶର ପ୍ରତ୍ୟେକ ରାଜ୍ୟରେ କରୋନା ଟୀକାର ଡ୍ରାଇ ରନ ହେବ ବୋଲି ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୈଠକରେ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୪ଟି ରାଜ୍ୟରେ ଏପରି ଡ୍ରାଇ ରନ କରାଯାଇଥିଲା, ଯେଉଁଥିରେ ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଆସାମ ଓ ଗୁଜୁରାଟ ରହିଥିଲା । ୪ ରାଜ୍ୟରୁ ଏହି ଟୀକାକରଣ ଅଭ୍ୟାସର ଭଲ ଫଳ ଆସିଥିଲା ।
 ଡ୍ରାଇ ରନ କଣ?
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ଡ୍ରାଇ ରନରେ ରାଜ୍ୟକୁ ପ୍ରଥମେ ଦୁଇଟି ସହରକୁ ଚିହ୍ନଟ କରିବାକୁ ହେବ । ଏହି ଦୁଇ ସହରରେ ଟୀକା ପହଞ୍ଚିବା, ହସ୍ପିଟାଲ ପର୍ଯ୍ୟନ୍ତ ଯିବା, ଲୋକଙ୍କୁ ଡକାଇବା, ପରେ ଡୋଜ ଦେବାର ପୂରା ପ୍ରକ୍ରିୟାର ପାଳନ ହୋଇଥାଏ, ଯେମିତି ଟୀକାକରଣ ହେଉଛି ।
ଏଥିସହ ସରକାର କରୋନ ଟୀକାକୁ ନେଇଯେଉଁ କୋବିନ ମୋବାଇଲ ଆପ ତିଆରି କରିଥାଏ ତାର ଡ୍ରାଇ ରନ କରାଯିବ । ଡ୍ରାଇ ରନ ସମୟରେ ଯେଉଁ ଲୋକମାନଙ୍କ ଟୀକାକରଣ କରାଯିବ, ସେମାନଙ୍କୁ ଏସଏମଏସ ପଠାଯିବ, ଏହା ପରେ ଅଧିକାରୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ ଟୀକାକରଣରେ କାର୍ଯ୍ୟ କରିବେ । ମୁଖ୍ୟତଃଏଥିରେ ଟୀକାକରଣର ସଂରକ୍ଷଣ, ବିତରଣ ଓ ଟୀକାକରଣର ପ୍ରସ୍ତୁତିକୁ ପରୀକ୍ଷା କରାଯିବ ।

Related posts

ଖାଲଖମାରେ ଭର୍ତ୍ତି ଜୟପାଟଣା ବଡକର୍ଲାକୋଟ ପ୍ରଧାନମନ୍ତ୍ରୀ ସଡକ ମରାମତି ଦାବି

mahabharatanews

ନୂଆଦିଲ୍ଲୀରେ ଆଉ ଏକ ଅଗ୍ନିକାଣ୍ଡ

mahabharatanews

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

mahabharatanews