Uncategorized

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ  ଶାନଶାନ

ନୂଆଦିଲ୍ଲୀ: ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ) ୨୦୨୦ରେ ୪୭ ହଜାର କୋଟିରୁ ଅଧିକ ଅର୍ଥ କାରବାର କରିଛି। କିନ୍ତୁ ଏସିଆର ସବୁଠାରୁ ଧନୀ ତାଲିକାରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଚୀନର ୱାଟର କିଙ୍ଗ କୁହାଯାଉଥିବା ଶିଳ୍ପପତି ଜୋଙ୍ଗ ଶାନ୍‌ଶାନ୍‌ । ଜୋଙ୍ଗ ଶାନଶାନଙ୍କ ମୋଟ ସମ୍ପତ୍ତି ଚଳିତ ବର୍ଷ ୭୦.୯ ବିଲିୟନ ଡଲାରରୁ ବୃଦ୍ଧି ପାଇ ୭୭.୮ ବିଲିୟନ ଡଲାରରେ ପହଞ୍ଚିଛି। ସେ ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ଆଲିବାବା ପ୍ରତିଷ୍ଠାତା ଜ୍ୟାକ୍ ମାଙ୍କୁ ପଛରେ ପକାଇଛନ୍ତି। ଶାନ୍‌ଶାନ୍‌ ପାଣି ବୋତଲ ଏବଂ କରୋନା ଟିକା ପ୍ରସ୍ତୁତ କାରବାରରେ ଜଡ଼ିତ।
ବ୍ଲୁମବର୍ଗ ବିଲିଅନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ କରୋନା ମହାମାରୀ କାଳରେ ଶାନଶାନଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ଏହି କାରଣରୁ ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ପାଲଟିଯାଇଛନ୍ତି। ଗତ ଏପ୍ରିଲରେ ଶାନଶାନ୍‌ ବିଜିଙ୍ଗ ଭେଣ୍ଟାଇ ବାୟୋଲୋଜିକାଲ ଫାର୍ମାସୀ ଏଣ୍ଟରପ୍ରାଇଜ କମ୍ପାନୀ ଜରିଆରେ କରୋନା ଟିକା ବିକଶିତ କରିଥିଲେ। କିଛି ମାସ ପରେ ତାଙ୍କ ପାଣି ବୋତଲ କମ୍ପାନୀ ନୋଙ୍ଗଫୁ ସ୍ପ୍ରିଙ୍ଗ ହଂକଂରେ ସବୁଠୁ ଲୋକପ୍ରିୟ କମ୍ପାନୀ ହୋଇପାରିଥିଲା।

 

Related posts

ଦଳିତଙ୍କୁ କାନ୍ଧରେ ବସାଇଲେ ମନ୍ଦିର ପୂଜକ

mahabharatanews

ହାତୀ ମୃତ୍ୟୁ ଘଟଣା: କେରଳ ସରକାରକୁ କେନ୍ଦ୍ରର ଜବାବ ତଲବ

mahabharatanews

 ବିଧାନସଭାରେ ଭିଡିଓ କନଫରେସିଂ ଦ୍ୱାରା ବିଧାୟକ ମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ

mahabharatanews