ଓଡିଶା

୫୦ ବସ୍ତା କୋଇଲା ଜବତ, ୧ ଗିରଫ

(ମହାଭାରତ, ଚୌଦ୍ୱାର): କଟକ ଜିଲ୍ଲା ଚୌଦ୍ୱାର ଚାଉଳିଆ ପୋଲ ନିକଟରୁ ୫୦ ବସ୍ତାରୁ ଉଦ୍ଧ୍ୱର୍ କାଠ କୋଇଲା ଜବତ କରାଯାଇଛି । ଏହି ଘଟଣାରେ ଏକ ଟାଟା ଏସି ଗାଡିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଗଣେଶ ଚନ୍ଦ୍ର ସେଠୀ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରୁ ଦୀର୍ଘଦିନ ହେବ ବେଆଇନ କାଠ କୋଇଲା ଚାଲାଣ କରାଯାଉଥିବା ବନ ବିଭାଦଗ କୌଣସି ସୂତ୍ରରୁ ଖବର ପାଇଥିଲା । ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ବନପାଳଙ୍କ ନେତୃତ୍ୱରେ ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଚାଉଳିଆ ପୋଲ ନିକଟରେ ଏକ ଟାଟା ଏସି ଗାଡି ଉପରେ ଚଢାଉ କରି ୫୦ ବସ୍ତାରୁ ଉଦ୍ଧ୍ୱର୍ କାଠ କୋଇଲା ଜବତ କରିଥିଲା । ବନ ବିଭାଗ କର୍ମଚାରୀମାନେ ଡ୍ରାଇଭରକୁ ଗିରଫ କରିଥିବା ବେଳେ କୋଇଲା ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଏହି ଗାଡିରେ କାଠ କୋଇଲା ଖୁଣ୍ଟୁଣୀ ରେଞ୍ଜରୁ ଭୁବନେଶ୍ୱର ବାଳକାଟିକୁ ଚାଲାଣ କରାଯାଉଥିବା ଜଣାଯାଇଛି ।

Related posts

ଓଡିଶାରେ ପୁଣି ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

mahabharatanews

ବାହାନଗା ଷ୍ଟେସନ୍‌ରେ ସ୍ବାଭାବିକ ସ୍ଥିତି , ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ

mahabharatanews

କାଗଜ ଗୋଦାମରେ ଅଗ୍ନିକାଣ୍ଡ

mahabharatanews