ଓଡିଶା

୫୦ ବସ୍ତା କୋଇଲା ଜବତ, ୧ ଗିରଫ

(ମହାଭାରତ, ଚୌଦ୍ୱାର): କଟକ ଜିଲ୍ଲା ଚୌଦ୍ୱାର ଚାଉଳିଆ ପୋଲ ନିକଟରୁ ୫୦ ବସ୍ତାରୁ ଉଦ୍ଧ୍ୱର୍ କାଠ କୋଇଲା ଜବତ କରାଯାଇଛି । ଏହି ଘଟଣାରେ ଏକ ଟାଟା ଏସି ଗାଡିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଗଣେଶ ଚନ୍ଦ୍ର ସେଠୀ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରୁ ଦୀର୍ଘଦିନ ହେବ ବେଆଇନ କାଠ କୋଇଲା ଚାଲାଣ କରାଯାଉଥିବା ବନ ବିଭାଦଗ କୌଣସି ସୂତ୍ରରୁ ଖବର ପାଇଥିଲା । ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ବନପାଳଙ୍କ ନେତୃତ୍ୱରେ ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଚାଉଳିଆ ପୋଲ ନିକଟରେ ଏକ ଟାଟା ଏସି ଗାଡି ଉପରେ ଚଢାଉ କରି ୫୦ ବସ୍ତାରୁ ଉଦ୍ଧ୍ୱର୍ କାଠ କୋଇଲା ଜବତ କରିଥିଲା । ବନ ବିଭାଗ କର୍ମଚାରୀମାନେ ଡ୍ରାଇଭରକୁ ଗିରଫ କରିଥିବା ବେଳେ କୋଇଲା ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଏହି ଗାଡିରେ କାଠ କୋଇଲା ଖୁଣ୍ଟୁଣୀ ରେଞ୍ଜରୁ ଭୁବନେଶ୍ୱର ବାଳକାଟିକୁ ଚାଲାଣ କରାଯାଉଥିବା ଜଣାଯାଇଛି ।

Related posts

ରଘୁନାଥପୁର ବ୍ଲକର ୬୩ ବିଦ୍ୟାଳୟ ନିଶ୍ଚିନ୍ତକୋଇଲି ବ୍ଲକରେ ମିଶିଲା

mahabharatanews

ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ; ମୃତ ଶିଶୁ ଜନ୍ମ ପରେ ଆଖି ବୁଜିଲା ମା’

mahabharatanews

ହାତୀ ଆକ୍ରମଣରେ ୨ମୃତ

mahabharatanews