Uncategorized

ୱାଶିଂ ମେସିନରେ ବି ସଫା କରି ହେବ ଏହି ସବୁ ଜିନିଷ

(ମହାଭାରତ): ସମସ୍ତଙ୍କ ଘରେ କପଡା ପତ୍ର ସଫା କରିବା ପାଇଁ ପ୍ରାୟତଃ ୱାଶିଂ ମେସିନ୍ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି,ଏବରି କିଛି ଜିନିଷ ଅଛି ଯାହା ଆମେ ୱାଶିଂ ମେସିନରେ ସଫା କଲେ ମଧ୍ୟ ତାହା ଖରାପ ହୋଇନଥାଏ । ଆଉ ଆପଣ ତାହା ସଫା କରି ବ୍ୟବହାର ମଧ୍ୟ କରିପାରିବେ । ଆପଣ ଜାଣିନଥିବେ ଯେ, ଏହି ଜିନିଷ ମଧ୍ୟ ୱାଶିଂ ମେସିନରେ ସଫା ହୋଇପାରିବ । ତେବେ ଜାଣନ୍ତୁ,ସେହିସବୁ ଜିନିଷ କ’ଣ ଯାହାକୁ ଆମେ ୱାଶିଂ ମେସିନରେ ସଫା କରିପାରିବା ।
୧- ଆମେ ବଜାର ଗଲେ ଫଳ,ପନିପରିବା ଇତ୍ୟାଦି ଆଣିଥାନ୍ତି । ସେସବୁକୁ ଯେଉଁ ବ୍ୟାଗରେ ଆଣିଥାଉ କିଛି ଦିନ ପରେ ବିଭିନ୍ନ ଚିହ୍ନ ଲାଗି ତାହା ଖରାପ ହୋଇଯାଇଥାଏ । ଆମେ ତାହା ବ୍ୟବହାର ହୋଇପାରିବ ନାହିଁ ବୋଲି ଭାବି ଫୋପାଡି ଦେଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି,ଏହାକୁ ୱାଶିଂ ମେସିନରେ ଧୋଇ ପୁଣିଥରେ ବ୍ୟବହାର କରାଯାଇପାରିବ । ତେଣୁ ବ୍ୟାଗଗୁଡିକୁ ନଫୋପାଡି ତାହାକୁ ପୁଣିଥରେ କାମରେ ଲଗାନ୍ତୁ ।
୨- ଆପଣଙ୍କ ଘରେ ଓଭାନ୍ ଯଦି ଅଛି ତାହେଲେ ଆପଣ ବ୍ୟବହାର ତ ନିଶ୍ଚୟ କରୁଥିବେ । ଆଉ ଓଭାନ୍ ବ୍ୟବହାର କରିବାରୁ ତାହା ମଇଦା ମଧ୍ୟ ହେଉଥିବ । ଆପଣ ଓଭାନର ରବର ଚପର ଇତ୍ୟାଦି ୱାଶିଂ ମେସିନରେ ସଫା କରିପାରିବେ ।
୩- ଆପଣ ଯଦି ଯୋଗ କରୁଥାନ୍ତି ତେବେ ମ୍ୟାଟ୍ ତ ନିହାତି ବ୍ୟବହାର କରୁଥିବେ । ଆଉ କିଛି ଦିନ ପରେ ଯଦି ଏହା ମଇଳା ହୋଇଯାଇଛି ,ତାହାହେଲେ ତାକୁ ଆଉ ବ୍ୟବହାର କରିବାକୁ ଇଚ୍ଛା ହୋଇନଥାଏ । ଆପଣ ସେହି ମ୍ୟାଟକୁ ମଧ୍ୟ ୱାଶିଂ ମେସିନରେ ସଫା କରିପାରିବେ । ଏଥିପାଇଁ ଆପଣ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ । ମ୍ୟାଟ ଖରାପ ହୋଇପାରେ ।
୪- ଘରେ କମ୍ପ୍ୟୁଟର ଥିଲେ କମ୍ପ୍ୟୁଟର କଭର, ମାଉସ୍ ପ୍ୟାଡ୍ ଆଦି ସଫା କରିବା ବଡ କଷ୍ଟ ହୋଇଥାଏ । ଏବେ ଆଉ ବେଶି ଟେସନ ନିଅନ୍ତୁ ନାହିଁ । କାରଣ କମ୍ପ୍ୟୁଟରରେ ବ୍ୟବହାର ହେଉଥିବା କଭର,ମାଉସ୍ ପ୍ୟାଡ ଆଦି ଆପଣ ୱାଶିଂ ମେସିନରେ ସଫା କରିପାରିବେ । ଏଥିରେ ମଧ୍ୟ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ । ମାଉସ୍ ପ୍ୟାଡ ଖରାପ ହୋଇଯାଇପାରେ ।
୫- ଜୋତା ସଫା କରିବା ସମସ୍ତଙ୍କ ପାଇଁ ବହୁତ କଷ୍ଟ କାମ ମନେହୁଏ । ଅନେକ ତ ସଫା ନକରି ମଇଳା ମଧ୍ୟ ବ୍ୟବହାର କରୁଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ମଇଳା ଜୋତା ମଧ୍ୟ ୱାଶିଂ ମେସିନରେ ସଫା କରି ଏହାକୁ ପୁଣି ବ୍ୟବହାର କରିପାରିବେ ।

Related posts

ଅନ୍ତରାଷ୍ଟ୍ରୀୟ ସମୂହକୁ ବିଭ୍ରାନ୍ତ କରିବାକୁ ପାକିସ୍ତାନ ଚାଲ ଖେଳୁଛି: ରକ୍ଷା ବିଶେଷଜ୍ଞ

mahabharatanews

କରୋନା ସଂକ୍ରମଣରେ ମୁମ୍ବାଇକୁ ପଛରେ ପକାଇଲା ଦିଲ୍ଲୀ

mahabharatanews

୭ ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ

mahabharatanews

Leave a Comment