Uncategorized

ରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍

(ମହାଭରତ): ତମ୍ବା ବା କପରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତେଣୁ ତମ୍ବା ପାତ୍ରରେ ପାଣି ରଖି ସକାଳେ ଖାଲି ପେଟରେ ପିଇବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । କେବଳ ତମ୍ବା ପାତ୍ରର ପାଣି ନୁହେଁ,ଏହାର ବ୍ରେସଲେଟ ଓ ମୁଦିରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ।
ତମ୍ବା ଏପରି ଏକ ଧାତୁ ଯେଉଁଥିରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ମାଇକ୍ରୋ ବ୍ୟାକ୍ଟେରିଆଲ୍ ତତ୍ତ୍ୱ ରହିଛି । ଏହି ତତ୍ତ୍ୱ ବ୍ୟାକ୍ଟେରିଆଙ୍କ ସହିତ ଲଢେଇ କରିବା ପାଇଁ ସାହାଯ୍ୟ କରିଥାଏ । ତା’ହେଲେ ଆସନ୍ତୁ ଜାଣିବା ତମ୍ବା ବ୍ରେସଲେଟ ହାତରେ ପିନ୍ଧିଲେ ଶରୀରକୁ କେଉଁସବୁ ଲାଭ ମିଳିଥାଏ ।
୧- ତମ୍ବା ବା କପର ରକ୍ତକୁ ସଫା କରିଥାଏ ।
୨- ହିମୋଗ୍ଲୋବିନକୁ ଠିକ୍ ରଖି ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ ।
୩- ଶରୀରକୁ ବିଷାକ୍ତ ଧାତୁର ପ୍ରଭାବରୁ ରକ୍ଷା କରିଥାଏ ।
୪- କପର ବ୍ରେସଲେଟ ପିନ୍ଧିଲେ ହାର୍ଟ ସୁସ୍ଥ ରହିଥାଏ । ତେଣୁ ହାର୍ଟ ଆଟାକର ଆଶଙ୍କା କମ୍ ରହିଥାଏ ।
୫- ତମ୍ବାର ମୁଦି କିମ୍ବା ବୈସଲେଟ ପିନ୍ଧିଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।
୬- କପରରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି,ଯାହା କୋଷରେ ଫ୍ରୀ ରାଡିକ୍ସ ହେବାକୁ ଦେଇନଥାଏ ।
୭- ତମ୍ବା ମୁଦି ଶରୀରର ବିଭିନ୍ନ ଅଙ୍ଗ ଯେପରିକି ହାତ,ପାଦ ଓ ଆଙ୍ଗୁଳିରୁ ଆର୍ଲିଜ କମ୍ କରିଥାଏ ।
୮- ଯଦି ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି କିମ୍ବା ଏସିଡିଟିକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ କପର ବ୍ରେସଲେଟ ପିନ୍ଧନ୍ତୁ ।

Related posts

ଗତ ୨୪ ଘଣ୍ଟାରେ ୯୨,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୬ ମୃତ

mahabharatanews

ଗତ ମାସରେ ୮୫ ନବଜାତକଙ୍କ ମୃତ୍ୟୁ ଅହମଦାବାଦ ହସ୍ପିଟାଲରେ ହୋଇଛି

mahabharatanews

ଦେଶରେ ୨୪ ଘଣ୍ଟାରେ ୬୯ ହଜାର ୬୫୨ ନୂଆ ଆକ୍ରାନ୍ତ

mahabharatanews