ଓଡିଶା

ଅକ୍ଟୋବର ୧୧ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅକ୍ଟୋବର ୧୧ରେ ପ୍ରବେଶିକା ପରୀକ୍ଷା ହେବାକୁ ଯାଉଛି। କରୋନାକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୨୪ଟି ସହରରେ ପ୍ରାୟ ୯୦ଟି ପରୀକ୍ଷା କେନ୍ଦ୍ର କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୋଜନା ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷରେ କୃଷି, ବନ, କୃଷି ଯାନ୍ତ୍ରିକ, ପ୍ରାଣୀ ଚିକିତ୍ସା ପରି ୯ଟି ମହାବିଦ୍ୟାଳୟର ସ୍ନାତକ ପାାଠ୍ୟକ୍ରମରେ ନାମଲେଖା ପାଇଁ ୩୩ ହଜାର ୩୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆଜିଠାରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌କୁ ଯାଇ ଫର୍ମ ‘ବି’ ପୂରଣ କରିପାରିବେ। ସେପ୍ଟେମ୍ବର ୩୦ ସୁଦ୍ଧାତ ଫର୍ମ ଦାଖଲ କରିପାରିବେ। ସେହିପରି ପିଜି ପାଠ୍ୟକ୍ରମର ଆବେଦନ ମଧ୍ୟ ୩୦ ତାରିଖରେ ଶେଷ ହେବ।

Related posts

୧୦ରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ

mahabharatanews

୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

mahabharatanews

ଅମୃତ ଦାଶ ମୃତ୍ୟୁ ଘଟଣାର ତଦନ୍ତରେ ତତ୍ପରତା ଆଣିବାକୁ ଦାବି କରିଛନ୍ତି ତାଙ୍କ ମା ଓ ଭାଇ

mahabharatanews