ଓଡିଶା

ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନା ପଜିଟିଭ୍

(ମହାଭାରତ/ଭୁବନେଶ୍ୱର): ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ସେ ନିଜେ ଏନେଇ ସୁଚନା ଦେଇଛନ୍ତି । ଶ୍ରୀ ମହାରଥୀ କରୋନା ସଂକ୍ରମିତ ହୋଇଥିବା ନିଜ ଫେସବୁକ୍ ରେ ସେୟାର କରି ସୁଚନା ଦେଇଥିଲେ । ଏଥିସହ ସେ ଅନୁରୋଧ କରିଥିଲେ ଯେ, ଯେଉଁମାନେ ତାଙ୍କ ସଂର୍ସ୍ପଶରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ପରୀକ୍ଷା କରାଇନିଅନ୍ତୁ ।
ସୁଚନା ଥାଉ କି, ଏହା ପୁର୍ବରୁ ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଢ଼େଙ୍କାନାଳ ବିଧାୟକ ସୁଧୀର ସାମଲ ମଧ୍ୟ କରୋନା ପଜିଟିଭ୍ ଚିିହ୍ନଟ ହୋଇଥିଲେ ।

Related posts

ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଅଶାନ୍ତ ସୁନ୍ଦରଗଡ ସହର, ବନ୍ଦ ରହିଛି ଇଣ୍ଟରନେବା ସେବା

mahabharatanews

 ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ଲାଗିଛି ନିଆଁ

mahabharatanews