କେନ୍ଦ୍ରାପଡା: ସମୁଦ୍ରରେ ଭାସୁଛି ବିରାଟକାୟ ତିମିର ମୃତ ଦେହ । କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ରେଞ୍ଜ୍ ଅଧୀନ ଅଗରନାସୀ ସମୁଦ୍ରରେ ଏକ ବିରାଟକାୟ ତିମିର ମୃତଦେହ ଆଜି ଭାସୁଥିବାର ଦେଖିବାକୁ ମିଳିଛି । ମୃତ ତିମିର ଲମ୍ୱ ପ୍ରାୟ ୪୦ରୁ ୪୨ ଫୁଟ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଦୀର୍ଘ ୪ ବର୍ଷ ହେବ ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳରେ ତିମିର ମୃତଦେହ ଦେଖିବାକୁ ମିଳୁଛି । ଏହି ତିମିର ମୃତ୍ୟୁର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇପାରିନି । ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି । ଗତ ୧୯ ଓ ୨୦ ତାରିଖରେ ହୋଇଥିବା ମହାବାତ୍ୟା ଅମ୍ଫାନ୍ରେ ତିମିର ମୃତ୍ୟୁ ହୋଇଥାଇପାରେ ବୋଲି ରାଜନଗର ଡିଏଫ୍ଓୋ ବିକାଶ ରଞ୍ଜନ ଦାଶ କହିଛନ୍ତି । ଡିଏଫ୍ଓଙ୍କ କହିବାନୁସାରେ ଏନେଇ ଅନୁସନ୍ଧାନ ଜାରି ରହିଛି । ଏଥିପାଇଁ ରାଜନଗର ବନ ବିଭାଗ ତିମି ମାଛ ବିଶାରଦମାନଙ୍କ ସହାୟତା ଲୋଡ଼ିଛନ୍ତି । ଏହି ଅଞ୍ଚଳରେ ଏହା ଚତୁର୍ଥ ମୃତ ତିମି ଉଦ୍ଧାର ଘଟଣା ବୋଲି ଜଣାପଡ଼ିଛି ।
previous post
next post