ଓଡିଶା

ରାଜ୍ୟରେ ନୂଆ ୬୭ କରୋନା ପଜିଟିଭ୍ ଚିହ୍ନଟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରୁ ପୁଣି ୬୭ କରୋନା ପଜଟିଭ ଆଜି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୧୬ ଜଣ ଅଛନ୍ତି । ଏଥିସହିତ ପ୍ରଥମ କରି ନୂଆପଡ଼। ଜିଲ୍ଲାରୁ ଚିହ୍ନଟ ହାଇଛନ୍ତି କରୋନା ରୋଗୀ । ନୂଆ ଚିହ୍ନଟ ୬୭ ଜଣଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରର । ୪ ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ପୁରୀରୁ ୧୬ ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡର ୧୩, ଗଞ୍ଜାମ ଓ ବଲାଙ୍ଗୀର ଜିଲ୍ଲାରୁ ୭ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ଅନୁଗୁଳରୁ ୬, ସୁନ୍ଦରଗଡ ଓ କଳାହାଣ୍ଡିରୁ ୪ ଜଣ ଲେଖାଏ, ଖୋର୍ଦ୍ଧାରୁ ୩, ମାଲକାନ।ଗିରି ଓ କଟକରୁ ୨ ଜଣ ଲେଖାଏ, ଢେଙ୍କାନାଳ, ଜଗତ୍‌ସିଂହପୁର ଓ ନୂଆପଡ଼ାରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟର ୨୮ଟି ଜିଲ୍ଲାକୁ ଛୁଇଁଛି କରୋନା ଭାଇରସ । ଏହାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୮୩୨ ଆକ୍ଟିଭ କେସ୍‌ ଥିବାବେଳେ ୪୯୭ ଜଣ ସୁସ୍ଥ ହେଲେଣି । ୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩୮୮ କରୋନା ନମୂନା ଟେଷ୍ଟ କରାଯାଇଛି।

Related posts

ଗୋଟେପଟେ କରୋନାର କରାଳ ରୂପ ଅନ୍ୟପଟେ ଦୁବୃର୍ତ୍ତଙ୍କର ଭଗବାନଙ୍କର ଆଭୁଷଣ ଚୋରୀ

mahabharatanews

ଡାକ୍ତର ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଯୁବ ସାମ୍ବାଦିକ

mahabharatanews

ଆଜିଠୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

mahabharatanews