ଓଡିଶା

ବଦଳିଲା କ୍ବାରେଣ୍ଟିନ୍ ନିୟମ

(ମମତା ସାମଲ ): ଆଜି ରାଜ୍ୟ ସରକାର ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ବାରେଣ୍ଟିନ୍ ନିମୟ ପରିବର୍ତ୍ତନ କରିଛନ୍ତି। ଏବେ ଅନ୍ୟ ରାଜ୍ୟ ଫେରନ୍ତା ଓଡ଼ିଆମାନେ ୨୧ ଦିନ ପରିବର୍ତ୍ତେ ୧୪ ଦିନିଆ କ୍ବାରେଣ୍ଟିନ୍ରେ ରହିବେ। ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳମାନେ ଏହାକୁ କାର୍ୟ୍ୟକାରୀ କରିବେ।

ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ କାର୍ୟ୍ୟାଳୟରୁ ଜାରି ହୋଇଥିବା ନିର୍ଦେଶନାମା ଅନୁସାରେ, ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସ ଫେରନ୍ତାମାନେ ବାଧ୍ୟତାମୂଳକ ଭାବେ ୭ ଦିନ ସରକାରୀ କ୍ବାରେଣ୍ଟିନ୍ରେ ରହିବେ। ଏହା ପରେ ଲକ୍ଷଣ ନ ଥିବା ପ୍ରବାସ ଫେରନ୍ତାମାନେ ଆହୁରି ୭ ଦିନ ହୋମ୍ କ୍ବାରେଣ୍ଟିନ୍ରେ ରହିବେ। କିନ୍ତୁ, କାହାଠରୁ ଯଦି କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ମିଳେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ସେମାନଙ୍କର କ୍ବାରେଣ୍ଟିନ୍ ଅବଧି ବଢ଼ାଇ ପାରିବେ।

ସରକାରୀ କର୍ମଚାରୀ, ପ୍ରଫେସ୍ନାଲ୍, ବ୍ୟବସାୟୀ ଏବଂ ଅନ୍ୟ କୌଣସି ବ୍ୟକ୍ତି ଯଦି ୭୨ ଘଣ୍ଟା ପାଇଁ ଓଡ଼ିଶା ଆସନ୍ତି, ସେମାନଙ୍କୁ କ୍ବାରେଣ୍ଟିନ୍ରେ ରହିବାକୁ ପଡ଼ିବ ନାହିଁ। ସେହିଭଳି, ସରକାରୀ କର୍ମଚାରୀ, ପ୍ରଫେସ୍ନାଲ୍, ବ୍ୟବସାୟୀ ଏବଂ ଅନ୍ୟ କୌଣସି ବ୍ୟକ୍ତି ଓଡ଼ିଶାରୁ ଅନ୍ୟ କୌଣସି ରାଜ୍ୟକୁ ଯାଇ ଯଦି ୭୨ ଘଣ୍ଟା ମଧ୍ୟରେ ଫେରିଆସନ୍ତି, ତେବେ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟିନ୍ରେ ରହିବାକୁ ପଡ଼ିବନାହିଁ।

Related posts

ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର

mahabharatanews

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଆଜି ପବିତ୍ର ସ୍ୱନକ୍ଷତ୍ର ଦିବସ

mahabharatanews

ରଥଯାତ୍ରା: ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ୱୟ ବୈଠକ

mahabharatanews