ଓଡିଶା

ଅଗ୍ନିକାଣ୍ଡରେ ୩ ଗୋରୁ ଜୀବନ୍ତ ଦଗ୍ଧ

(ମହାଭାରତ, ଚୌଦ୍ୱାର): କଟକ ଜିଲ୍ଲା ଚୌଦ୍ୱାର ବ୍ଲକ ଅନ୍ତର୍ଗତ ରସିକନଗର ଗାଁରେ ଏକ ଅଘଟଣ ଘଟିଛି । ଗତ ବୁଧବାର ରାତିରେ ଏହି ଗାଁର କାହ୍ନୁ ଚରଣଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଫଳରେ ଅଗ୍ନିକାଣ୍ଡରେ ତିନି ଜଣ ଆହତ ହେବା ସହ ୩ଟି ଗୋରୁ ଜୀଅନ୍ତା ଦଗ୍ଧ ହୋଇ ଯାଇଛନ୍ତି । ସୂଚନା ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ କାହ୍ନୁ ଚରଣଙ୍କ ଘରେ ନିଆଁ ଲାଗିଥିଲା । ପରେ ଚାହୁଁ ଚାହୁଁ ନିଆଁ ତାଙ୍କ ପଡୋଶୀ ବାପୁନ ଦାସ ଓ ରଞ୍ଜନ ଦାସଙ୍କ ଘରକୁ ବ୍ୟାପି ଯାଇଥିଲା । ୩ଟି ପରିବାରର ଲୋକେ ନିଆଁ ଲାଗିଥିବା ଜାଣିବା ପରେ ଘରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ ମଧ୍ୟ ଏଥିରେ ୩ ଜଣ ନିଆଁ ଧାସରେ ସାମାନ୍ୟ ଆହତ ହୋଇଛନ୍ତି । କିନ୍ତୁ ଏହି ଅଗ୍ନିକାଣ୍ଡରେ କାହ୍ନୁ ଚରଣଙ୍କ ଗୁହାଳରେ ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଛି । ଗୁହାଳରେ ଥିବା ୩ ଗୋରୁ ଜୀବନ୍ତ ପୋଡି ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Related posts

ପାଣିପାଗ ପୂର୍ବାନୁମାନକୁ ବଳିଷ୍ଠ କରିବାକୁ ବାଲେଶ୍ୱର, ସମ୍ବଲପୁରରେ ଲାଗିବ ରାଡାର: ଆଇଏମଡି ଡିଜି

mahabharatanews

ଅଚାନକ ନିଖୋଜ ସ୍ତ୍ରୀ , ସ୍ୱାମୀ ଥାନାର ଦ୍ୱାରସ୍ଥ

mahabharatanews

ଲକଡାଉନରେ ମଦ ଦୋକାନ ବନ୍ଦ, ହୋମ ଡେଲିଭରି ଚାଲୁ ରହିବ

mahabharatanews