କନ୍ଧମାଳ: କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡି ପଞ୍ଚାୟତର ଗଲେବାଡି ଗ୍ରାମର ଅଙ୍ଗୱାଡି କେନ୍ଦ୍ରରେ ପସି ଜଣେ ଶିକ୍ଷକ ଅଙ୍ଗନୱାଡିକର୍ମୀକୁୁ ଜୋର ଜବରଦସ୍ତ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଅଙ୍ଗନୱ।।ଡି କର୍ମୀ । ଖବର ଅନୁଯାୟୀ, ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଲେବାଡି ସ୍କୁଲର ଆସିଷ୍ଟାଣ୍ଟ ଶିକ୍ଷକ ପ୍ରଭାତ କୁମାର ଉତ୍ତର କବାଟ ଅଙ୍ଗନବାଡି କର୍ମୀ ପ୍ରିୟତମା ପ୍ରଧାନଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଏକା ଥିବାର ସୁଯୋଗ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପ୍ରିୟତମା ।
ପ୍ରିୟତମାଙ୍କ ଅଭିଯୋଗ ଅନୁଯାୟୀ, ସେ କେନ୍ଦ୍ରରେ ଏକା ବସି ହିସାବ କରୁଥିବା ବେଳେ ଶିକ୍ଷକ ଜଣକ ଘରେ ପସି ଏଭଳି କାଣ୍ଡ ଘଟାଇଥିଲେ । ଘଟଣା ଘଟିବା ସମୟରେ ତାଙ୍କ ସ୍ୱାମୀ ଗୁଣମଣି ପ୍ରଧାନ ଛୁଆର ଦେହ ଦେଖାଇବାକୁ ଭୁବନେଶ୍ୱର ଯାଇଥିଲେ । ଏହାର ସୁଯୋଗ ଡ଼େଇ ଉତ୍ତରକବାଟ ଦୁଷ୍କର୍ମ କରିଥିଲେ । ଗୁଣମଣି ଏହି ସୂଚନା ସ୍ତ୍ରୀଙ୍କଠାରୁ ପାଇବା ପରେ ଯେତେବେଳେ ଶିକ୍ଷକ ଉତ୍ତରକବାଟଙ୍କୁ ଏସମ୍ପର୍କରେ ପଚାରିଲେ, ଶିକ୍ଷକ ଏଥିରେ ଉତ୍କ୍ଷିପ୍ତ ହୋଇ ଗୁଣମଣିଙ୍କ ଛାତିକୁ ମାଡ ଦେଇଥିଲେ । ଏହାପରେ ଗୁଣମଣି ମଧ୍ୟ ଶିକ୍ଷକଙ୍କ ମୁଣ୍ଡକୁ ଏକ ପଥରେ ଛେଜି ଦେଇଥିଲେ । ଏହା ପରେ ଗୁଣମଣି ନିଜେ ପେ।।ଲିସ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ ମଧ୍ୟ ପୁଲିସ ଆସିନଥିଲା ବୋଲି ପ୍ରିୟତମା ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଭୟରେ ଶିକ୍ଷକ ଛୁଟିରେ ରହିଛନ୍ତି । ଗ୍ରାମବାସୀ ଏହାକୁ ନିନ୍ଦା କରିବା ସହ ଉକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟଷ୍ଠାନ ପାଇଁ ଦାବି କରିଛନ୍ତି । ଏହାକୁ ନେଇ ଏକ ସପ୍ତ।।ହ ଧରି ମଧ୍ୟ।।ହ୍ନ ଭୋଜନ ଦିଆଯାଉନାହିଁ ।