ଦେଶ ବିଦେଶ

ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି

ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ ଦୁଇ ଜଣ ପାଇଲଟ ଶହୀଦ ହୋଇଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ଯୁଦ୍ଧ ବିମାନଟି ନିୟମିତ ତାଲିମ ମିଶନରେ ଥିଲା ଏବଂ ଗୁରୁବାର ସନ୍ଧ୍ୟାରେ ଜୋରହାଟ ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲା । ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ବାୟୁସେନା ଘାଟିରୁ ପ୍ରାୟ ୬୦ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ସ୍କ୍ବାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁର୍ଗାକରଙ୍କ ମୃତ୍ୟୁ ହୋଇଥିବା ବାୟୁସେନା ସ୍ପଷ୍ଟ କରିଛି ।

Squadron Leader Anuj (L) and Flight Lieutenant Purvesh Durgakar (R)

ବାୟୁସେନା କହିଛି ଯେ, ରାତିରେ ଉଡ଼ାଣ ଅଭ୍ୟାସ ସମୟରେ ବିମାନଟି ଅନ୍ୟ ତିନୋଟି ସୁଖୋଇ ଜେଟ୍ ସହିତ ଉଡ଼ୁଥିଲା । ତାଲିମ ମିଶନ ପରେ ଗୋଟିଏ ବିମାନ ବେସକୁ ଫେରି ନଥିଲା । ରାଡାରରୁ ଅଦୃଶ୍ୟ ହେବା ପରେ ବୋରପୁଙ୍ଗ ଅଞ୍ଚଳ ନିକଟରେ ସନ୍ଧ୍ୟା ପ୍ରାୟ ୭.୪୨ ସମୟରେ ଜେଟ୍ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ନିଲିପ୍ ବ୍ଲକ ଅନ୍ତର୍ଗତ ଚୋକିହୋଲା ଅଞ୍ଚଳ ନିକଟରେ ଏକ ଦୁର୍ଗମ ଏବଂ ପାହାଡ଼ିଆ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା ।ବିମାନ ଏବଂ ପାଇଲଟମାନଙ୍କୁ ଠାବ କରିବା ପାଇଁ ତୁରନ୍ତ ବାୟୁ ସେନାର ଟିମ୍‌କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା । ତେବେ ଏହି ସ୍ଥାନ ପାହାଡ଼ିଆ ଘଞ୍ଚ ଜଙ୍ଗଲିଆ ଅଞ୍ଚଳ ଯୋଗୁଁ ଏହି ଅଭିଯାନ ଚ୍ୟାଲେଞ୍ଜିଂ ଥିଲା । କର୍ତ୍ତୃପକ୍ଷ କହିଛନ୍ତି ଯେ, ଘଟଣା ବିଷୟରେ ଅଧିକ ବିବରଣୀ ସଂଗ୍ରହ କରିବା ପାଇଁ ପ୍ରୟାସ ଜାରି ରହିଛି । ଦୁର୍ଘଟଣାର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ବାୟୁସେନା ମଧ୍ୟ ତଦନ୍ତ ଆରମ୍ଭ କରିଛି ।

Related posts

ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିଲା! ଦ୍ୱୈତ ନାଗରିକତା ମାମଲାରେ ଏଫଆଇଆର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ବଙ୍ଗରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି, ରାଜ୍ୟ ସଭାପତି ସ୍ପଷ୍ଟ କଲେ

mahabharatanews

ରାହୁଲ ଗାନ୍ଧୀଙ୍କୁ ଘେରିଲେ ଧର୍ମେନ୍ଦ୍ର ପ୍ରଧାନ

mahabharatanews