ଓଡିଶା

ଅଚାନକ ହୁତୁହୁତୁ ହୋଇ ଜଳିଗଲା ବସ , ୮୦ ଯାତ୍ରୀ ସୁରକ୍ଷିତ 

(ବୋରିଗୁମ୍ମା) : ଅଳ୍ପକେ ବର୍ତିଲେ ୮୦ ବସଯାତ୍ରୀ | ଆଜି ସକାଳୁ ହାଇଦ୍ରାବାଦଠାରୁ ସିନାପାଲି ଯାଉଥିବା ଗୁପ୍ତା ଟ୍ରାଭେଲର୍ସ ନାମକ ବସରେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ନିଆଁ ଲାଗିଯାଇଛି। ତେବେ ଏହି ଅଗ୍ନିକାଣ୍ଡରୁ ୮୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି | ବସଟି ଭୋର ୬.୩୦ ସମୟରେ ବୋରିଗୁମ୍ମା ବସଷ୍ଟାଣ୍ଡରେ ପହଞ୍ଚିବା ସମୟରେ ଟାୟାର ଫାଟି କୌଣସି କାରଣରୁ ନିଆଁ ବାହାରିଥିଲା |  ପ୍ରତ୍ୟକ୍ଷଦର୍ଶୀ ଦମକଳ ବାହିନୀକୁ ଫୋନ ମାଧ୍ୟମରେ ଖବର ଦେଇଥିଲେ |

ସୂଚନାନୁଯାୟୀ ,ହେଲ୍ପର ଓ ଡ୍ରାଇଭର ନିଆଁ ଲାଗିବା ଦେଖି ସମସ୍ତ ଯାତ୍ରୀଙ୍କୁ ସଙ୍ଗେସଙ୍ଗେ ତଳକୁ ଓହ୍ଲାଇ ଦେଇଥିଲେ | ଦେଖୁ ଦେଖୁ ବସଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। କିନ୍ତୁ ଦମକଳ ବାହିନୀ ପ୍ରାୟ ୪୫ ମିନିଟ ପରେ ପହଞ୍ଚି ଥିଲେ । ତେବେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବସ ସମ୍ପୂର୍ଣ୍ଣ ଜଳିଯାଇଥିଲା ଏବଂ ଯାତ୍ରୀଙ୍କ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା |

Related posts

ଭିନ୍ନ ଓ ଉଲ୍ଲେଖନୀୟ ନେତୃତ୍ୱ ଲାଗି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

mahabharatanews

ଡିହୋଡଲ ଛକରେ ଟ୍ରଲର ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

mahabharatanews

୪ରେ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରେ ଜମୁଛି ଭିଡ଼  

mahabharatanews