Uncategorized

ଅଟୋ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭର ମୃତ, ୭ ଆଶାକର୍ମୀ ଗୁରୁତର

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କୁସୁମଘାଟିରେ ଗତକାଲି ରାତିରେ ଏକ ମର୍ମନ୍ତୁୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋ କୁସୁମଘାଟିରେ ୨୦ ଫୁଟ ତଳକୁ ଖସି ପଡିବାରୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଯାତ୍ରା କରୁଥିବା ୭ ଜଣ ଆଶାକର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଏହି ଆଶାକର୍ମୀମାନେ ମାଣ୍ଡିବିଶୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବୈଠକ ସାରି ଅଟୋ ଯୋଗେ ମିନାଖୁଣ୍ଟି ଗାଁକୁ ଫେରୁଥିଲେ । ଏହି ସମୟରେ କୁସୁମଘାଟିରେ ଅଟୋଟି ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ଅଟୋ ଡ୍ରାଇଭର ଯୁଧିଷ୍ଟିର ନାୟକଙ୍କ ମୃତ୍ୟୁ ଘଟିଥିଲା । ଏହାସହ ୭ ଜଣ ଆଶାକର୍ମୀ ଆହତ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Related posts

ଦିଲ୍ଲୀ ସିଏଏ ହିଂସାର ଏସଆଇଟି ତଦନ୍ତ ବିିକ୍ଷୋଭରେ ସାମିଲ ଥିଲେ ବାହାର ଲୋକ, ୬୪ ଗିରଫ

mahabharatanews

ଖାଦ୍ୟରେ ବ୍ୟବହାର ହେଉଥିବା ମସଲାର କଣ ରହିଛି ଫାଇଦା

mahabharatanews

କୁକୁଡାରୁ ସୃଷ୍ଟି ହୋଇପାରେ ଆଉ ଏକ ଅଧିକ କ୍ଷତିକାରଣ ଭୂତାଣୁ: ଆମେରିକା ବିଶେଷଜ୍ଞ

mahabharatanews