ଓଡିଶା

ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା

(ମମତା ସାମଲ ): ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଅରବିନ୍ଦରଜିତ୍ ସିଂହ ପଡ୍ଡା ଓରଫ୍ ପହଲୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଅରବିନ୍ଦରଙ୍କ ଜଣେ ସାଙ୍ଗ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାଟି ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର କପୁରଥଳା ଗାଁର ଲଖନକାପଡାଠାରେ ଘଟିଯାଇଛି । ପଞ୍ଜାବ ପୋଲିସର ଜଣେ ଏଏସଆଇ ଏଭଳି କାଣ୍ଡ ଘଟାଇଥିବା ମୃତ ଖେଳାଳିଙ୍କ ସାଙ୍ଗ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଏଏସଆଇ ପରମଜିତ୍ ସିଂହ ଓ ତାଙ୍କ ସାଥୀଙ୍କ ନାଁରେ ହତ୍ୟାର ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛି ପୋଲିସ ।

ତେବେ ପଞ୍ଜାବରେ କର୍ଫ୍ୟୁ ଲାଭିବା କାରଣରୁ ଅରବିନ୍ଦର ଓ ତାଙ୍କ ସାଙ୍ଗମାନେ ମିଶି ଗାଁର ପହରା ଦେଉଥିଲେ । ଏହି ସମୟରେ ଏଏସଆଇ ସେଠାରେ ପହଞ୍ଚିବାରୁ ଅରବିନ୍ଦର ତାଙ୍କୁ ଅଟକାଇଥିଲେ, ଫଳରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏଥିରେ ରାଗିଯାଇ ପରମଜିତ୍ ନିଜର ବନ୍ଧୁକ କାଢି ଅରବିନ୍ଦରଙ୍କୁ ଗୁଳି କରିଥିଲେ ।

Related posts

ଜୁଲାଇ ଦ୍ୱିତୀୟ ସପ୍ତାହ ଆଡକୁ ରାଜ୍ୟରେ କରୋନା ସଂକ୍ରମଣ କମିପାରେ

mahabharatanews

ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କଲେ ପୁରୀବାସୀ

mahabharatanews

ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

mahabharatanews