ଓଡିଶା

ଆଙ୍ଗୁଠି କାଟିଲେ ଚିକିତ୍ସାଧୀନ ରୋଗୀ

(ମହାଭାରତ, ବ୍ରହ୍ମପୁର): ବ୍ରହ୍ମପୁର ବଡ ମେଡିକାଲରେ ଜଣେ ରୋଗୀ ନିଜର ବାମ ହାତର ୪ଟି ଆଙ୍ଗୁଠି କାଟି ଦେଇଛନ୍ତି । ତାଙ୍କ ନାଁ ଗଙ୍ଗା ମାଡକାମୀ ଓ ସେ ମାଲକାନାଗିରି ଜିଲ୍ଲା ସିଆଡିମାଳ ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଯୁବକ ଜଣକ ଗତ ୯ ତାରିଖରେ ଏକ ଦୂର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅସ୍ଥି ଶଲ୍ୟ ୱାର୍ଡରେ ଭର୍ତ୍ତି ହୋଇଥିଲେ । ସେ ଦୂର୍ଘଟଣା ପରେ ମାନସିକ ଭାବେ ବିଷାଦଗ୍ରସ୍ତ ହୋଇ ପଡିଥିଲେ । ରବିବାର ସେ ମେଡିକାଲ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ । ସେଠାରେ ଏକ ଧାରୁଆ ବ୍ଲେଡରେ ତାଙ୍କ ଆଙ୍ଗୁଠିକୁ କାଟି ଦେଇଥିଲେ । ପରେ ରକ୍ତାକ୍ତ ଅବସ୍ଥାରେ ସେ ୱାର୍ଡକୁ ଯାଇଥିଲେ । ପରିବାର ଲୋକେ ତାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କୁ କାଜୁଆଲିଟିରେ ଚିକିତ୍ସା କରାଇଥିଲେ ।

Related posts

ପୁରୀ ବିକାଶର ମୂଳଦୁଆ,୭ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ନବୀନ

mahabharatanews

ଶତାବ୍ଦୀର ନାୟକ ମଧୁ ବାରିଷ୍ଟର

mahabharatanews

ଗୋଟେପଟେ କରୋନାର କରାଳ ରୂପ ଅନ୍ୟପଟେ ଦୁବୃର୍ତ୍ତଙ୍କର ଭଗବାନଙ୍କର ଆଭୁଷଣ ଚୋରୀ

mahabharatanews