ବିଜାପୁର: ଛତିଶଗଡ ବିଜାପୁର ଅଞ୍ଚଳରୁ ଅପହୃତ ଏସଆଇଙ୍କୁ ହତ୍ୟା । ଅପହୃତ ଡିଆରଜି ଏସଆଇଙ୍କ ମୁରଲି ତାତିଙ୍କୁ ମାଓବାଦୀ ଅପହରଣ କରିବାର ୩ ଦିନ ପରେ ହତ୍ୟା କରିଛନ୍ତି। ଶୁକ୍ରବାର ପ୍ରଜା କୋର୍ଟରେ ଏସଆଇଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିଇଥିବା ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନରେ ଏକ ଚିଠିରେ ଉଲ୍ଲେଖ କରିଛନ୍ତି । ହତ୍ୟା ପରେ ତାଙ୍କ ମୃତ ଦେହକୁ ରାୟପୁରଠାରୁ ୪୦୦ କିଲୋମିଟର ଦୂର ବିଜାପୁରଠାରେ ଫିଙ୍ଗିଦେଇଛନ୍ତି ।
ତାଙ୍କ ମୃତ ଦେହ ନିକଟରେ ମାଓବାଦୀ ଏକ ହାତଲେଖା ଚିଠି ଲେଖି ଦାବି କରିଛନ୍ତି କି ମୁରଲି ୨୦୦୬ରେ ଉପୁଜିଥିôବା ସଲୱାଜୁଡୁମ ବିଦ୍ରୋହରେ ବସ୍ତର ପୁଲିସକୁ ସହଯୋଗ କରିଥିଲେ ଓ ପରେ ସେ ଡିଆରଜିରେ ଯୋଗ ଦେଇଥିଲେ । ସେ ବିଭିନ୍ନ ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ସହ ସ୍ଥାନୀୟ ଲୋକଙ୍କ ଉପରେ ନିର୍ଯାତନା କରୁଥିଲେ ।
ଜଗଦଲପୁର ଠାରେ କାର୍ୟ୍ୟରତ ଥିବା ଏସ.ଆଇ. ମୁରଲି ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାଡ ଗାଁକୁ ଯାଇଥିଲେ । ଗତ ୨୧ ତାରିଖରେ ସେ ଗାଁ ନିକଟରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରୁ ତାଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଥିଲେ । ଅପହରଣର ୩ ଦିନ ପରେ ତାଙ୍କୁ ହତ୍ୟା କରାଯାଇଛି । ପ୍ରଜାକୋର୍ଟରେ ଏସଆଇଙ୍କୁ ହତ୍ୟା କରାଯାଇଥିବା ଚିଠି ମାଧ୍ୟଢ଼ରେ ଜଣାଇଛି ମାଓସଂଗଠନ ।
previous post