ଅପରାଧ

ଅପହୃତ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ

ବିଜାପୁର: ଛତିଶଗଡ ବିଜାପୁର ଅଞ୍ଚଳରୁ ଅପହୃତ ଏସଆଇଙ୍କୁ ହତ୍ୟା । ଅପହୃତ ଡିଆରଜି ଏସଆଇଙ୍କ ମୁରଲି ତାତିଙ୍କୁ ମାଓବାଦୀ ଅପହରଣ କରିବାର ୩ ଦିନ ପରେ ହତ୍ୟା କରିଛନ୍ତି। ଶୁକ୍ରବାର ପ୍ରଜା କୋର୍ଟରେ ଏସଆଇଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିଇଥିବା ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନରେ ଏକ ଚିଠିରେ ଉଲ୍ଲେଖ କରିଛନ୍ତି । ହତ୍ୟା ପରେ ତାଙ୍କ ମୃତ ଦେହକୁ ରାୟପୁରଠାରୁ ୪୦୦ କିଲୋମିଟର ଦୂର ବିଜାପୁରଠାରେ ଫିଙ୍ଗିଦେଇଛନ୍ତି ।
ତାଙ୍କ ମୃତ ଦେହ ନିକଟରେ ମାଓବାଦୀ ଏକ ହାତଲେଖା ଚିଠି ଲେଖି ଦାବି କରିଛନ୍ତି କି ମୁରଲି ୨୦୦୬ରେ ଉପୁଜିଥିôବା ସଲୱାଜୁଡୁମ ବିଦ୍ରୋହରେ ବସ୍ତର ପୁଲିସକୁ ସହଯୋଗ କରିଥିଲେ ଓ ପରେ ସେ ଡିଆରଜିରେ ଯୋଗ ଦେଇଥିଲେ । ସେ ବିଭିନ୍ନ ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ସହ ସ୍ଥାନୀୟ ଲୋକଙ୍କ ଉପରେ ନିର୍ଯାତନା କରୁଥିଲେ ।
ଜଗଦଲପୁର ଠାରେ କାର୍ୟ୍ୟରତ ଥିବା ଏସ.ଆଇ. ମୁରଲି ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାଡ ଗାଁକୁ ଯାଇଥିଲେ । ଗତ ୨୧ ତାରିଖରେ ସେ ଗାଁ ନିକଟରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରୁ ତାଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଥିଲେ । ଅପହରଣର ୩ ଦିନ ପରେ ତାଙ୍କୁ ହତ୍ୟା କରାଯାଇଛି । ପ୍ରଜାକୋର୍ଟରେ ଏସଆଇଙ୍କୁ ହତ୍ୟା କରାଯାଇଥିବା ଚିଠି ମାଧ୍ୟଢ଼ରେ ଜଣାଇଛି ମାଓସଂଗଠନ ।

Related posts

ଆରଟିଓ ଭୁବନେଶ୍ୱର ୧ ଅଫିସ ସାମ୍ନାରେ ଦଲାଲ ଗିରି କରୁଥିବା ଅଭିଯୋଗରେ ୯ଜଣ ଦଲାଲଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

mahabharatanews

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

mahabharatanews

ମୁଁ ୭ମ ଶ୍ରେଣୀରେ ପଢୁଛି! ମୋ ମା କହୁଛି ଦେହ ବିକ୍ ଆଉ ପଇସା ଦେ

mahabharatanews