ଅପରାଧ

ଅବକାରୀ ବିଭାଗର ଚଢାଉ

(ମହାଭାରତ, ପୁରୀ): ପୁରୀ ଜିଲ୍ଲାରେ ବେଆଇନ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଅବକାରୀ ବିଭାଗ ଏବେ ଅଣ୍ଟା ଭିଡିଛି । ଖଣ୍ଡିଆସାହି ଅଞ୍ଚଳରେ ଗତ ବୁଧବାର ଚଢାଉ କରି ଜିଲ୍ଲା ଅବକାରୀ ବିଭାଗ ବ୍ରାଉନସୁଗାର ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ଜଣକୁ ପୋଲିସ ଗିରଫ କରିଛି । ଏହି ବ୍ରାଉନସୁଗାର ବ୍ୟବସାୟୀ ଜଣକ ମଝିଆସାହି ଅଞ୍ଚଳର ମଧୁସୂଦନ ଜେନା ବୋଲି ଜଣାପଡିଛି । ଏହି ଅଞ୍ଚଳରେ ବ୍ୟବସାୟୀ ଜଣକ ବ୍ରାଉନସୁଗାର କାରବାର ଚଳାଉଥିବା ଅବକାରୀ ବିଭାଗକୁ ଖବର ମିଳିଥିଲା । ପରେ ଯୋଜନାବଦ୍ଧ ଭାବେ ଅବକାରୀ ବିଭାଗ ଅଧିକାରୀ ତାଙ୍କ ଘରେ ଚଢାଉ କରିଥିଲେ । ଯାଞ୍ଚ ବେଳେ ତାଙ୍କ ନିକଟରୁ ପ୍ରାୟ ୭ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା । ଅବକାରୀ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପୁରୀରେ ଏହି ବ୍ରାଉନସୁଗାର କାରବାର ଦିନକୁ ଦିନ ବଢିଚାଲୁଥିବାରୁ ଅବକାରୀ ବିଭାଗ ଏଭଳି ଚଢାଉ ଅଭିଯାନ ଆରମ୍ଭ କରିଛି । ଏହି ଧଳାଜହର ବାଲେଶ୍ୱର, ଭଦଷ୍ଠଳ ଏବଂ ପଶ୍ଚିମବଙ୍ଗରୁ ବିପୁଳ ମାତ୍ରାରେ ଆସୁଥିବା ଜଣାପଡିଛି । ଏହାକୁ ସେବନ କରୁଥିବା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢୁଥିବା ଜଣାଯାଇଛି । ଅଗାମୀ ଦିନରେ ଜିଲ୍ଲାରେ ନିଶା କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ଓ ପୋଲିସ ଚଢାଉ ଅଭିଯାନ ଜାରି ରଖିବେ ବୋଲି ଜଣାପଡିଛି ।

Related posts

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ଫୁଟିଲା ବୋମା

mahabharatanews

ଟ୍ରକ ଉପରେ ଚଢିଗଲା ମାଲବାହୀ ଟ୍ରେନ

mahabharatanews

ଲାଂଚ ନେଇ ଭିଜଲାନ୍ସ ଜାଲରେ ତହସିଲ କିରାଣୀ

mahabharatanews