ଓଡିଶା

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମାରଙ୍ଗପାଳି ଗାଁରେ ଏକ ଅଘଟଣ ଘଟିଛି । ଗାଁ ନିକଟରେ ଥିବା ଏକ ଆମ୍ବଗଛରୁ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ସେହି ଗାଁର ଯୁବକ ସନ୍ତୋଷ ଗଣ୍ଡ ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ମା ଓ ଭାଇ ଅନ୍ୟ ଏକ ଗାଁକୁ ଯାଇଥିଲେ । ଘରେ କେହି ନଥିବା ସୁଯୋଗ ପାଇ ମଙ୍ଗଳବାର ରାତିରେ ଯୁବକ ଜଣକ ଗାଁ ନିକଟସ୍ଥ ମକାବାଡିକୁ ଯାଇଥିଲେ । ସେଠାରେ ଏକ ଆମ୍ବଗଛରେ ଶାଢୀ ଟାଙ୍ଗି ବେକରେ ଦେଇ ଆତ୍ମହତ୍ୟା କରିଥିଲେ । ପରଦିନ ସକାଳେ ମକାବାଡିର ମାଲିକ ସେଠାରେ ଯୁବକଙ୍କ ମୃତଦେହକୁ ଦେଖି ଗାଁ ଲୋକ ଓ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ରାଇଘର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଛାନଭୀନ ପରେ ଏକ ମୃତ୍ୟୁ ମାମଲା ରୁଜୁ କରଛନ୍ତି ।

Related posts

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପାଳନ

mahabharatanews

ଫାଣ୍ଡି ନାକ ତଳେ ରନ୍ଧା ଚାଲିଥିଲା ଦେଶି ମଦ: ୫ ଶହ କେଜି ପୋଚ ନଷ୍ଟ, ୫୦ ଲିଟର ଦେଶି ମଦ ଜବତ

mahabharatanews

ଖଲ୍ଲିକୋଟ ହିଂସାକାଣ୍ଡ; ତଦନ୍ତ ପାଇଁ ଏସଆଇଟି ଗଠିତ

mahabharatanews