Uncategorized

ଅଲତାଫ୍ ବୁଖାରୀ ‘ଅପନି ପାର୍ଟି’ ଅଧ୍ୟକ୍ଷ ନିର୍ବାଚିତ

(ଶ୍ରୀନଗର): ଜାମ୍ମୁ-କାଶ୍ମୀରରେ ଅପନି ପାର୍ଟି ନାମରେ ଏକ ନୂତନ ରାଜନୈତିକ ଦଳ ଗଠନ ହୋଇଛି । ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟି (ପିଡିପି)ର ପୂର୍ବତନ ନେତା ତଥା ଏହି ଜାମ୍ମୁ-କାଶ୍ମିରର ପୂର୍ବତନ ବିଧାୟକ ଅଲତାଫ ବୁଖାରୀଙ୍କୁ ସର୍ବସମ୍ମତି କ୍ରମେ ଏହି ଦଳର ଅଧ୍ୟକ୍ଷ ଘୋଷଣା କରାଯାଇଛି । ଜାମ୍ମୁ-କାଶ୍ମୀରର ବିଭିନ୍ନ ଦଳର ପୂର୍ବତନ ନେତା ଓ ପ୍ରଶାସକମାନଙ୍କୁ ନେଇ ଏହି ଦଳ ଗଠନ କରାଯାଇଛି । ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ଅବସରରେ ଏହି ଦଳ ଗଠନକୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପ୍ରଥମେ ୩୦ ଜଣ ପୂର୍ବତନ ବିଧାୟକ ଓ ପ୍ରଶାସକ ଏହି ଦଳରେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଜାମ୍ମୁ-କାଶ୍ମୀରର ପୂର୍ବତନ ବିଧାୟକ ଗୁଲାମ ହସନ ମୀର, ଘାଟିର ପୂର୍ବତନ ମୁଖ୍ୟ ସଚିବ ବିଜୟ ବାକାୟା ଏଥିରେ ସାମିଲ ହୋଇଛନ୍ତି । ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଚେଦ ହେବା ପରେ ଅନେକ ଗୁଡିଏ ଉନ୍ନତି ମୂଳକ କାମ ହାତକୁ ନେବା ପାଇଁ ଏହି ପାର୍ଟି ଲକ୍ଷ୍ୟ ରଖିଛି । ଏହାସହ ଆଗାମୀ ଦିନରେ କାଶ୍ମିରୀ ପଣ୍ଡିତମାନଙ୍କୁ ମଧ୍ୟ ଦଳରେ ସାମିଲ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି । କାଶ୍ମୀରର ରାଜନୈତିକ ଦଳ ପିଡିପି ଓ ଏନସି (ନ୍ୟାସନାଲ କନ୍ଫରେନ୍ସ) ଓ କଂଗ୍ରେସର କିଛି ପୂର୍ବତନ ନେତାଙ୍କୁ ନେଇ ଏହି ଦଳ ଗଠନ ହୋଇଥିବା ଜଣାଯାଇଛି । କାଶ୍ମିରବାସୀଙ୍କ ସାମାଜିକ, ଅର୍ଥନୈ÷ତିକ ଉନ୍ନତି ପାଇଁ ଉପରୋକ୍ତ ଦଳଗୁୁଡିକର ନେତାମାନେ ମିଶି ‘ଅପନି ପାର୍ଟି’ ନାମକ ଦଳ ଗଠନ କରିଛନ୍ତି ।

Related posts

ମାର୍ଚ୍ଚ ୩ ପର୍ଯ୍ୟନ୍ତ ବିଚାରବିଭାଗୀୟ ହଜାତକୁ ଗଲେ ଶର୍ଜିଲ ଇମାମ

mahabharatanews

ଏଲଓସିରେ ସ୍ଥିତି ଖରାପ ହୋଇପାରେ: ରାୱତ

mahabharatanews

ଜାଣନ୍ତୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କିଛି ସିକ୍ରେଟ୍ ଟିପ୍ସ

mahabharatanews