କଣିହାଁ/ଜ୍ୟୋତି ରଂଜନ ଧର: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ପ୍ରେସ୍ କ୍ଲବ୍ ଆନୁକୂଲ୍ୟରେ ରବିବାର ସାନିଟାଇଜର, ସାବୁନ, ମାକ୍ସ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି । କଣିହାଁ ବ୍ଲକସ୍ଥ ହନୁମାନପୁର ପଂଚାୟତ ଅଧୀନସ୍ଥ ଭଜିପୁର, ଅନ୍ଧାରୀ ଓ ସାପକଟା ମୁଣ୍ଡାବସ୍ତୀରେ ବସବାସ କରୁଥିବା ଅସହାୟ, ଗରିବ, ନିଷ୍ପେଷିତ, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଚୁଡା, ଚିନି, ସାବୁନ, ସାନିଟାଇଜର, ମାକ୍ସ ବିତରଣ କରାଯାଇଛି । ସାମ୍ପ୍ରତିକ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ତାଲାବନ୍ଦ ଯାରୀ ରହିଛି । ଫଳରେ ଏହି ବସ୍ତି ଗୁଡିକରେ ବସବାସ କରୁଥିବା ଅସହାୟ, ଗରିବଙ୍କ କାମଧନ୍ଦା ବନ୍ଦ ହୋଇଯାଇଛି । ଲକଡାଉନ୍ ଯୋଗୁ ସେମାନଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପଡିଥିଲା ବେଳେ କଣିହାଁ ପ୍ରେସ୍ କ୍ଲବ ସଦସ୍ୟ ମାନେ ଏଭଳି ଦୁର୍ଦିନ ସମୟରେ ଗତକାଲି ମଧ୍ୟାହ୍ନ ସମୟରେ ପହଁଚି ଥିଲେ । ପ୍ରାରମ୍ଭରେ ବସ୍ତିର ଲୋକଙ୍କୁ ଘରୁ ରାସ୍ତାକୁ ବାହାରିବା ମାତ୍ରେ ମାକ୍ସ ପିନ୍ଧିବା, ସର୍ବଦା ହାତ, ମୁହଁ ଓ ବସ୍ତି ପରିବେଶ ସଫାସୁତରା ରଖିବା ନେଇ ସଚେତନ କରିଥିଲେ । ସାଧାରଣତଃ ସଂପୃକ୍ତ ବସ୍ତିର ଲୋକମାନେ ମୁଲ ମଜୁରୀ କରି ପେଟକୁ ଦୋଇ ଓଳି ଦୋଇ ମୁଠା ଖାଇ ପେଟ ପୋଷିଥାନ୍ତି । ସଂପୃକ୍ତ ବସ୍ତୀର ଦୁଇ ଶହରୁ ଉଦ୍ଦ୍ୱର୍ ଲୋକଙ୍କୁ ପ୍ରେସ୍ ର ସଦସ୍ୟ ମାନେ ଏହି ସାମଗ୍ରୀ ବିତରଣ କରିଥିଲେ । କଣିହାଁ ପ୍ରେସ୍ କ୍ଲବ ସଭାପତି ଭୂପେନ ଗଡନାୟକଙ୍କ ସଭାପତିତ୍ୱରେ ଏହି ବିତରଣ କାର୍ଯ୍ୟ ସମାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ ଉପସଭାପତି ଟୁନା ସାହୁ, ସମ୍ପାଦକ ରଂଜନ କୁମାର ମିଶ୍ର, ଜ୍ୟୋତିରଂଜନ ଧର, ନିଳକଣ୍ଠ ବେହେରା, କଷ୍ଠୁ ସାମଲ, ଅଲେଖ ଭୂତିଆ, ସଚ୍ଚିଦାନନ୍ଦ ପ୍ରଧାନ, ମହେଶ୍ୱର ନାଏକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଓ କୁଳୁମା ସରପଂଚ ନିଶାକାର ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ ।
previous post
next post