ଓଡିଶା

ଅସହାୟ, ଗରିବଙ୍କ ପାଖରେ ପହଁଚିଲା କଣିହାଁ ପ୍ରେସ୍ କ୍ଲବ୍

କଣିହାଁ/ଜ୍ୟୋତି ରଂଜନ ଧର: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ପ୍ରେସ୍ କ୍ଲବ୍ ଆନୁକୂଲ୍ୟରେ ରବିବାର ସାନିଟାଇଜର, ସାବୁନ, ମାକ୍ସ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି । କଣିହାଁ ବ୍ଲକସ୍ଥ ହନୁମାନପୁର ପଂଚାୟତ ଅଧୀନସ୍ଥ ଭଜିପୁର, ଅନ୍ଧାରୀ ଓ ସାପକଟା ମୁଣ୍ଡାବସ୍ତୀରେ ବସବାସ କରୁଥିବା ଅସହାୟ, ଗରିବ, ନିଷ୍ପେଷିତ, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଚୁଡା, ଚିନି, ସାବୁନ, ସାନିଟାଇଜର, ମାକ୍ସ ବିତରଣ କରାଯାଇଛି । ସାମ୍ପ୍ରତିକ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ତାଲାବନ୍ଦ ଯାରୀ ରହିଛି । ଫଳରେ ଏହି ବସ୍ତି ଗୁଡିକରେ ବସବାସ କରୁଥିବା ଅସହାୟ, ଗରିବଙ୍କ କାମଧନ୍ଦା ବନ୍ଦ ହୋଇଯାଇଛି । ଲକଡାଉନ୍ ଯୋଗୁ ସେମାନଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପଡିଥିଲା ବେଳେ କଣିହାଁ ପ୍ରେସ୍ କ୍ଲବ ସଦସ୍ୟ ମାନେ ଏଭଳି ଦୁର୍ଦିନ ସମୟରେ ଗତକାଲି ମଧ୍ୟାହ୍ନ ସମୟରେ ପହଁଚି ଥିଲେ । ପ୍ରାରମ୍ଭରେ ବସ୍ତିର ଲୋକଙ୍କୁ ଘରୁ ରାସ୍ତାକୁ ବାହାରିବା ମାତ୍ରେ ମାକ୍ସ ପିନ୍ଧିବା, ସର୍ବଦା ହାତ, ମୁହଁ ଓ ବସ୍ତି ପରିବେଶ ସଫାସୁତରା ରଖିବା ନେଇ ସଚେତନ କରିଥିଲେ । ସାଧାରଣତଃ ସଂପୃକ୍ତ ବସ୍ତିର ଲୋକମାନେ ମୁଲ ମଜୁରୀ କରି ପେଟକୁ ଦୋଇ ଓଳି ଦୋଇ ମୁଠା ଖାଇ ପେଟ ପୋଷିଥାନ୍ତି । ସଂପୃକ୍ତ ବସ୍ତୀର ଦୁଇ ଶହରୁ ଉଦ୍ଦ୍ୱର୍ ଲୋକଙ୍କୁ ପ୍ରେସ୍ ର ସଦସ୍ୟ ମାନେ ଏହି ସାମଗ୍ରୀ ବିତରଣ କରିଥିଲେ । କଣିହାଁ ପ୍ରେସ୍ କ୍ଲବ ସଭାପତି ଭୂପେନ ଗଡନାୟକଙ୍କ ସଭାପତିତ୍ୱରେ ଏହି ବିତରଣ କାର୍ଯ୍ୟ ସମାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ ଉପସଭାପତି ଟୁନା ସାହୁ, ସମ୍ପାଦକ ରଂଜନ କୁମାର ମିଶ୍ର, ଜ୍ୟୋତିରଂଜନ ଧର, ନିଳକଣ୍ଠ ବେହେରା, କଷ୍ଠୁ ସାମଲ, ଅଲେଖ ଭୂତିଆ, ସଚ୍ଚିଦାନନ୍ଦ ପ୍ରଧାନ, ମହେଶ୍ୱର ନାଏକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଓ କୁଳୁମା ସରପଂଚ ନିଶାକାର ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ ।

Related posts

ହାତ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

mahabharatanews

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଗସ୍ତରେ ଥିବା ବେଳେ ପ୍ରଶାସକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି

mahabharatanews

ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

mahabharatanews