Uncategorized

ଆଇସିଏସସି, ଆଇଏସସି ବୋର୍ଡ ପରୀକ୍ଷା ସ୍ଥଗିତ

(ନୂଆଦିଲ୍ଲୀ): ଦେଶରେ ହେବାକୁ ଥିବା ବିଭିନ୍ନ ବୋର୍ଡ ପରୀକ୍ଷା ଉପରେ କରୋନା ଭାଇରସର ପ୍ରଭାବ ପଡିଛି । ପୂର୍ବରୁ ସିବିଏସଇ ୧୯ରୁ ୩୧ ଯାଏ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଥିବା ବେଳେ ଆଜି ଆଇସିଏସଇ (ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକଣ୍ଡାରୀ ଏଡୁଜେସନ) ଓ ଆଇଏସସି (ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ) ସମାନ ପଦକ୍ଷେପ ନେଇଛନ୍ତି । ଆଜି ଠାରୁ ମାର୍ଚ୍ଚ ୩୧ ମଧ୍ୟରେ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସ୍ଥିତି ସୁଧୁରିଲା ପରେ ନୂତନ ପରୀକ୍ଷା ତାରିଖ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ତେବେ କରୋନା ଭାଇରସ ଦେଶରେ ବ୍ୟାପୁଥିବାରୁ ପରିଷଦ ପିଲାମାନଙ୍କର ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୯ରୁ ୩୧ ଯାଏ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆଇସିଏସଇ ପରିଷଦ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି । ସୂଚନାଯୋଗ୍ୟ, ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକୁ ମଧ୍ୟ ପରୀକ୍ଷା ମାର୍ଚ୍ଚ ୩୧ ଯାଏ ବନ୍ଦ କରିବାକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।

Related posts

ଉତ୍ତେଜକ ଭାଷଣ: ପୂର୍ବତନ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନାମରେ ମାମଲ।

mahabharatanews

କେନାଲରେ କାର ଖସି ୫ ମାତ

mahabharatanews

ଆସାମ ବିରୋଧକାରୀଙ୍କ ଟ୍ରେନରେ ନିଆଁ ଲଗାଇବା ଉଦ୍ୟମ ସେନା ଦ୍ୱାରା ପଣ୍ଡ

mahabharatanews