Uncategorized

ଛତିଶଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

(ମହାଭାରତ, ରାୟପୁର): ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୭ ଜଣ ଆକ୍ରାନ୍ତ ହୋଇଛନ୍ତି । କର୍ଣ୍ଣାଟକରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ସେହିପରି ଛତିଶଗଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଠାରେ ଜଣେ ୨୪ ବର୍ଷିୟା ମହିଳା ଠାର କରୋନା ଭୁତାଣୁ ଠାବ କରାଯାଇଛି । ସେ ରବିବାର ଦିନ ଲଣ୍ଡନରୁ ରାୟପୁର ଫେରିଥିଲେ । ତାଙ୍କୁ ଥଣ୍ଡା, କାଶ ଓ ସର୍ଦ୍ଦି ସମସ୍ୟା ହେବାରୁ ଡାଙ୍କର ତାଙ୍କର ଯାଞ୍ଚ କରିବା ସହ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଗୁରୁବାର ରିପୋର୍ଟ ଆସିବା ପରେ ପୀଡିତ ଯୁବତୀ ଓ ତାଙ୍କ ମାଆ ବାପାଙ୍କୁ ରାୟପୁରର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟୁଇଟ୍ କରି ସୂଚନା ଦେଇଛି । ଏହାକୁ ମିଶାଇ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି । ସେହିପରି କରୋନାରେ ଏପର୍ଯ୍ୟନ୍ତ ଭାରତରେ ୩ ଜଣଙ୍କର ମୃତ୍ୟୁ ହୋଇସାରିଛି । ଅପରପକ୍ଷରେ ଗୁରୁବାର ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କରୋନା ମୁକାବିଲା ନେଇ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରିଛନ୍ତି ।

Related posts

ଲକଡାଉନର ୯ ମାସରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହେବେ: ୟୁନିସେଫ୍

mahabharatanews

ଡେରାଡୁନରେ ୧୦ମ ପ୍ଲାଷ୍ଟିକ ବ୍ୟାଙ୍କ ସ୍ଥାପନ

mahabharatanews

ଉପହାର ସମ୍ପର୍କକୁ ମଧୁର କରିଥାଏ,ହେଲେ ଆପଣଙ୍କ ଉପହାର ଆଣୁନି ତ ତିକ୍ତତା,ଜାଣିବେ କିପରି?

mahabharatanews