ଓଡିଶା

ଆକ୍ରମଣ ମାମଲା: ଏସପିଙ୍କୁ ଭେଟିଲେ ସରପଞ୍ଚ ସଂଘ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ହିଞ୍ଜିଳି ସଦର ଥାନା ଅଧୀନ ରୋହିଗାଁର ସରପଞ୍ଚଙ୍କ ପୁଅଙ୍କୁ ଏକ ମିଥ୍ୟା ଆକ୍ରମଣ ମାମଲାରେ ଫସାଇ ଦିଆଯାଇଛି । ତାଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର କରିବା ନିମନ୍ତେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିକଟରେ ଯୁକ୍ତି ବାଢିଛନ୍ତି କୁକୁଡାଖଣ୍ଡି ବ୍ଲକ ସରପଞ୍ଚ ସଂଘ। ଶୁକ୍ରବାର ସନ୍ଧ୍ୟାରେ ବହୁ ସରପଞ୍ଚ ବ୍ରହ୍ମପୁର ଏସପିଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରିଥିଲେ। ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାଷୀ ଜେନାଙ୍କ ଭାଇ ପୂର୍ଣ୍ଣ ଜେନାଙ୍କୁ ଆକ୍ରମଣ ହୋଇଥିଲା । ଏହି ମାମଲାରେ ୬ଜଣଙ୍କ ନାିଁରେ ମାମଲା ରୁଜୁ ହୋଇଥିବା ବେଳେ ୪ଜଣଙ୍କୁ ଗିରଫ କରିଥିଲା ପୋଲିସ । ବାକି ୩ ଜଣ ଫେରାର ଥିବା ପୋଲିସ କହିଥିଲା । ଏହି ଫେରାରଙ୍କ ମଧ୍ୟରେ ସରପଞ୍ଚଙ୍କ ପୁଅ ବଶିଷ୍ଟ ରହିଛନ୍ତି ।

ତେବେ ଆକ୍ରମଣ ଦିନ ବୈଶିଷ୍ଟ ନିଜ ମାଙ୍କୁ ନେଇ ଅପରାହ୍ନ ୪.୩୦ ରୁ ୭ଟା ପର୍ୟ୍ୟନ୍ତ କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିଲେ। ସେ ଏହି ଆକ୍ରମଣ ମାମଲାରେ ସେ ସଂପୃକ୍ତ ନଥିବା ସରପଞ୍ଚ ସଂଘ ବ୍ରହ୍ମପୁର ଏସପିଙ୍କୁ ଅବଗତ କରାଇଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ବହୁ ହତ୍ୟାକାଣ୍ଡକୁ ନେଇ ହିଞ୍ଜିଳି ସଦର ଅଞ୍ଚଳ ଅଶାନ୍ତ ସହ ଚର୍ଚ୍ଚାରେ ରହି ଆସୁଛି । ପୁଣି ମେ ୯ ତାରିଖ ଶନିବାର ରାତିରୁ ସହରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି । ୯ ତାରିଖ ରାତି ୭ଟାରେ କୌଣସି କାରଣ ପାଇଁ ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ସନ୍ନାସୀ ଜେନାଙ୍କ ସାନ ଭାଇ ପୂର୍ଣ୍ଣ ଜେନାକୁ କିଛି ଦୁର୍ବୃତ୍ତ କାତିରେ ହାଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ପୂର୍ଣ୍ଣଙ୍କୁ କୁକୁଡାଖଣ୍ଡି ବ୍ଲକରୁ ଗ୍ରାମକୁ ଫେରିବା ବେଳେ ଏଆରଏସଏସ ନିକଟରେ ଖଣ୍ଡାରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ପୂର୍ଣ୍ଣଙ୍କ ବଡ ଭାଇ ଅଶୋକ ଜେନାଙ୍କୁ ୩ ବର୍ଷ ପୂର୍ବେ ହତ୍ୟା କରିଥିଲେ ବିରୋଧୀ । ପୂର୍ଣ୍ଣ ରାତ୍ରରେ ବିଲରେ କାମ ସାରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଥିବା ବେଳେ ତାଙ୍କ ବିପକ୍ଷ ଗୋଷ୍ଠୀ ଏହା କରିଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ।

Related posts

ରାଜ୍ୟ ବଜେଟ୍: ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

mahabharatanews

ବଢୁଛି ମାଓହିଂସା : ଭୁରୁଷିଖମା ଛକରେ ଲଗାଇଲେ ପୋଷ୍ଟର

mahabharatanews

ଏଣିକି ଭୁବନେଶ୍ୱର ରୁ କଲମ୍ବୋକୁ ଉଡ଼ିବ ବିମାନ 

mahabharatanews