ଓଡିଶା

ଆଗ।ମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା । ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ ନିରଞ୍ଜନ ମିଶ୍ର । ମିଶ୍ର କହିଛନ୍ତି, ବର୍ତ୍ତମାନ ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇଥିଲେ ମଧ୍ୟ ଆମ ରାଜ୍ୟରେ ହୋଇନାହିଁ । କିନ୍ତୁ ଆଗ।।ମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ । ସେ ଆହୁରି କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ ସଂଖ୍ୟା ବଢିଛି । ରାଜ୍ୟରେ ସଂକ୍ରମଣ ସ୍ଥିତି ଜାଣିବାକୁ ହେଲେ କିଛି ଦିନ ଅପେକ୍ଷା କରିବାକୁ ହେବ । କିଛି ଦିନ ତଲେ ଜେନମ ସିକ୍ୱେନସିଂରେ ସଂକ୍ରମଣ ୬୦ ପ୍ରତିଶତ ଥିଲେ । ଏବେ ନିଶ୍ଚିତ ବଢିଛି ।
ଗୋଟିଏ ପଟେ ବାହାର ଦେଶରୁ ଲୋକଙ୍କ ଆସିବା ଉପରେ ପ୍ରତିବନ୍ଧକ ଲାଗିଛି, କିନ୍ତୁ ରୋଗୀଙ୍କ ସଂଖ୍ୟା ବଢୁଛି । ଅର୍ଥାତ୍ ଗୋଷ୍ଠୀ ସଂକ୍ରମଣ ହୋଇଛି । ଏପରି ସ୍ଥିତି ବିଦେଶରେ ଦେଖାଯାଇଛି । ଗତ ସପ୍ତାହରେ ଭାରତରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ଦେଖା ଦେଇଛି । କିନ୍ତୁ ରାଜ୍ୟରେ ସଂକ୍ରମଣ କମ ରହିଛି ଓ ମେଡିକାଲରେ ଆଡମିଟ ହାର ୨୦ ପତ୍ରିଶତ ରହିଛି । ଗୋଷ୍ଠୀ ସଂକ୍ରମଣକୁ ଏଡାଇବାକୁ ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରାଇନେବାକୁ ସେ କହିଛନ୍ତି । ନ ହେଲେ ଘରେ ସମସ୍ତେ ସଂକ୍ରମିତ ହେବେ ।

Related posts

ପାଟଣା ସିଡିପିଓଙ୍କ ମନମାନି କାର୍ୟ୍ୟକୁ ନେଇ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡି କର୍ମୀ

mahabharatanews

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଉପକୂଳ ସୁରକ୍ଷା ନେଇ ମିଳିତ ସମରାଭ୍ୟାସ ସାଗର କବଚ-୨୦୨୩

mahabharatanews