ଓଡିଶା

ଆଗାମୀ ୨ ଦିନ ଧରି ଘନ କୁହୁଡି ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଗାମୀ ୨ ଦିନ ଧରି ଘନ କୁହୁଡି ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର କଟକ, ଜଗତସିଂହପୁର,ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ ଜିଲାରେ ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ଦେଖିବାକୁ ମିଳିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, ନୟାଗଡ, ରାୟଗଡା, ବୌଦ୍ଧ, କୋରାପୁଟ ଏବଂ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ରବିବାର ଓ ସୋମବାର ଘନ କୁହୁଡି ପଡିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଘନ କୁହୁଡି ସମ୍ଭାବନାକୁ ଦୃଷ୍ଟି ରଖି ବିଭାଗ ଏ ସବୁ ଜିଲାଗୁଡିକୁ ଏଲୋୱାର୍ଣ୍ଣିଂ ଜାରି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଏବଂ ନୟାଗଡ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସକାଳରୁ ଘନ କୁହୁଡି ପଡିଥିବା ଦେଖିବାକୁ ମିଳିଛି। ଏହା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିଛି ସ୍ଥାନରେ ୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ହ୍ରାସ ପାଇବାକୁ ଥିବାବେଳେ ଆଉ କିଛି ସ୍ଥାନରେ ୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବୃଦ୍ଧି ପାଇପାରେ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗତ ୨୪ ଘଣ୍ଟାରେ ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି।

SR

Related posts

ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

mahabharatanews

ସିଟି ହସ୍ପିଟାଲ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

mahabharatanews

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews