Uncategorized

ଶ୍ରୀନଗର ସ୍ଥିତ ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ

ଶ୍ରୀନଗର: ଆଜି ଜମ୍ମୁର ରାଜଧାନୀ ଶ୍ରୀନଗରରେ ଥିବା ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ । ଆତଙ୍କବାଦୀ ଶ୍ରୀନଗରର ନୋରବାଗ ଅଞ୍ଚଳରେ ଥିବା ସିଆରପିଏଫ୍ କ୍ୟାମ୍ପ ଗ୍ରେନେଡ ଆକ୍ରମଣ କରିଛନ୍ତି । ତେବେ ଏହି ଆକ୍ରମଣରେ କୌଣସି ସେନା କର୍ମଚାରୀଙ୍କ କିଛି କ୍ଷତି ହୋଇ ନାହିଁ । ଆକ୍ରମଣ ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଜଣେ ପୁଲିସ ଅଧିକାରୀ ଅନୁଯାୟୀ, ଆତଙ୍କବାଦୀମାନେ ଶୁକ୍ରବାର ସକାଳ ୬ଟା ୪୦ ସମୟରେ ଆତଙ୍କବାଦୀ କ୍ୟାମ୍ପ ଉପରକୁ ଗ୍ରେନେଡ ମାଡ କରିଥିଲେ। ସୌଭାଗ୍ୟକୁ କମ୍ପା ବାହାରେ ଗ୍ରେନେଡ ପଡି ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣରେ ଯବାନଙ୍କର କୌଣସି କ୍ଷତି ହୋଇ ନ ଥିବା ବେଳେ ଗୋଟିଏ କୁକୁରର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

SR

 

Related posts

୧୮୬ ଆକ୍ରାନ୍ତଙ୍କୁ ନେଇ କେଜରିୱାଲଙ୍କ ଚିନ୍ତା ବଢିଛି

mahabharatanews

ଗଡକରିଙ୍କ ବଡ ନିଷ୍ପତ୍ତି: ପ୍ରବାସୀ ଶ୍ରମିକଙ୍କୁ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ କରାଯାଇ ପାରେ

mahabharatanews

ବରିଷ୍ଠ ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

mahabharatanews