ଓଡିଶା

ଆଜି କାଳିଆର ଗାଁରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଓଡିଶାର ଯୋଡ଼ାମୁଣ୍ଡ ଶିଶୁ ବଳିଆ-କାଳିଆଙ୍କ ମଧ୍ୟରୁ କାଳିଆର ଗତକାଲି ମୃତ୍ୟୁ ହୋଇଥିବା ବେଳେ ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାରେ ଶେଷକୃତ୍ୟ କରାଯିବ। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ ମିନଟରେ କାଳିଆର ମୃତ୍ୟୁ ହୋଇଥିଲା ।
କନ୍ଧମାଳର ଏହି ଯୋଡା ମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିଥିଲେ । କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କ ପରୀକ୍ଷା ନିରୀକ୍ଷା ପରେ ୨୦୧୭ରେ ଦିଲ୍ଲୀ ଏମ୍ସ ନ୍ୟୁରୋ ସର୍ଜିରୀ ବିଭାଗର ତତ୍କାଳୀନ ମୁଖ୍ୟ ପ୍ରଫେସର ଅଶୋକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କଠାରେ ଅସ୍ତ୍ରୋପଚାର କରାଯାଇ ସଫଳତାର ସହ ସେମାନଙ୍କୁ ପୃଥକ କରାଯାଇଥିଲା । ଉଭୟଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଏହା ପରେ ଦିଲ୍ଲୀ ଏମ୍‌ସରେ ୨୦୧୭ ଜୁନ୍ ମାସରେ ଉଭୟଙ୍କୁ ସଫଳତାର ସହ ପୃଥକ କରାଯାଇଥିଲା । ପ୍ରାୟ ୨ବର୍ଷ ଧରି ଏମ୍‌ସରେ ଚିକିତ୍ସାଧୀନ ରହିବା ପରେ ଗତବର୍ଷ ଉଭୟ ଓଡ଼ିଶା ଫେରିଥିଲେ ।
କଟକ ବଡ଼ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍। କିନ୍ତୁ ଅସ୍ତ୍ରୋପଚାର ପରଠାରୁ ହିଁ କାଳିଆର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥିଲା । । ଗତ ଦୁଇ ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶେଷରେ ଗତକାଲି କାଳିଆ ବଳିଆକୁ ଛାଡି ସବୁଦିନ ପାଇଁ ଚାଲିଗଲା ଆରପାରିକୁ । ତାର ମୃତ୍ୟୁରେ ଚିକିତ୍ସାକାରୀ ଦଳଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଏପରି କି ପରିବାର ଓ ଗ୍ରାମରେ ଶୋକ ।

SR

Related posts

୯ରେ ହେବ ବନକଲାଗି ନୀତି 

mahabharatanews

୨୮ପର୍ଯ୍ୟନ୍ତ ଲାଗି ରହିବ ବର୍ଷା 

mahabharatanews

ଆସନ୍ତା କାଲି ଶ୍ରୀ ଜୀଉଙ୍କ ବାମନ ବେଶ

mahabharatanews

Leave a Comment