ଓଡିଶା

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

(ପୁରୀ) :  ଆଜି ପୁରୀ ଯିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣରେ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ଦର୍ଶନ କରିବେ ପରେ ଶ୍ରୀଜଗନ୍ନାଖ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ ମୁଖ୍ୟମନ୍ତ୍ରୀ ।

ସୂଚନାନୁଯାୟୀ , ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଏହା ନବୀନଙ୍କ ପ୍ରଥମ ପୁରୀ ଗସ୍ତ । ଆଜି ଅପରାହ୍ନ ୪ଟା ୫୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟସ୍ଥିତ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ସେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ନିକଟରେ ମହାପ୍ରଭୁଙ୍କ ବେଶ ଓ ପରିକ୍ରମା ପ୍ରକଳ୍ପର ମଡେଲ ଦେଖି ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିବେ । କାଳିଆକୁ ଦର୍ଶନ କରି ଆଶିଷ ନେବେ  ।

 

Related posts

ଗୋଟିଏ ଦିନରେ କପ୍ତିପଦା ଫେରିଲେ ୫୫ ପ୍ରବାସୀ

mahabharatanews

ହୋଲି ଦୁର୍ଘଟଣାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ

mahabharatanews

ଲକଡାଉନ ଅବମାନନା: ୭ ଗିରଫ

mahabharatanews