ଓଡିଶା

ଏକ ଘଣ୍ଟା ଧରି ପୋଲିସ ଓ ମାଓବାଦୀ ଭିତରେ ଗୁଳି ବିନିମୟ 

(ବୌଦ୍ଧ) : ପୁଣି ବୌଦ୍ଧରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ । ପୋଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି  ।  ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ, ଛତ୍ରଭଙ୍ଗ ଦେଇଥିଲେ ୨୫ରୁ ୩୦ ମାଓବାଦୀ । ହେଲେ ଲ୍ୟାଣ୍ତମାଇନ୍, ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଛି ।

ସୂଚନାନୁସାରେ, ପୋଲିସ ସର୍ଚ୍ଚ ଅପରେସନ ବେଳେ ଏପରି ଘଟଣା ଘଟିଥିଲା । ମାଓବାଦୀ-ପୋଲିସ ପଧ୍ୟରେ ଗୁଳି ବିନିମୟ ପରେ ୨୫ ରୁ ୩୦ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ହେଲେ ବନ୍ଧୁକ, ଲ୍ୟାଣ୍ତମାଇନ ସହ ବହୁ ବିସ୍ଫୋରକ ସାମାଗ୍ରୀ ପୋଲିସ ଜବତ କରିଛି । ଏହାପୂର୍ବରୁ ମଧ୍ୟ ପୋଲିସ-ମାଓବାଦୀ ମଧ୍ୟରେ ଗିଳି ବିନିମୟ ହୋଇଥିଲା । ମନମୁଣ୍ତା ଥାନା ଶଗଡ଼ା ଫାଣ୍ତି ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗିଳି ବିନିମୟ ହୋଇଥିଲା ।

Related posts

ସରପଞ୍ଚ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

mahabharatanews

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

mahabharatanews

କୋଣାର୍କ ମନ୍ଦିରରୁ ବାଲି କାଢ଼ିବାକୁ ନିଷ୍ପତି

mahabharatanews