ଓଡିଶା

ଆଜି ସୂର୍ଯ୍ୟକିରଣ ଏୟାରସୋ ; ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର : ଆଜାଦ କି ଅମୃତ ମହୋତ୍ସବ ଅବସରରେ ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାରସୋ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ | ଏୟାରସୋ କାର୍ଯ୍ୟକ୍ରମରେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋଟ ମୁଖ୍ୟ ବିଚାରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି | ଏହାକୁ ଦେଖିବା ପାଇଁ ରାଜଧାନୀ ବାସି ତଥା ରାଜଧାନୀ ଉପକଣ୍ଠ ବାସିଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି | ଏହି କାର୍ଯ୍ୟକ୍ରମ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି | କମିଶନରେଟ ପୋଲିସ ପକ୍ଷରୁ 20 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି | 100 ଜଣ ବରିଷ୍ଠ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ | ଟ୍ରାଫିକ ସମସ୍ୟା ନ ଉପୁଜିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ଏହି କାର୍ଯ୍ୟକ୍ରମରେ 45 ସେକ୍ସନ ଫୋର୍ସ, 3 ଜଣ ଏଡିସନାଲ ଏସପି, 9 ଜଣ ଡିସିପି, 21ଜଣ ଇନିସ୍ପେକଟ, 50 ପାଖାପାଖି ସବ ଇନିସ୍ପେକଟ, ଏସଆଇ, 100 ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି, ଏହି ସୋକୁ ପ୍ରାୟ 50 ହଜାର ଲୋକ ଦେଖିବାର ବ୍ୟବସ୍ଥା କରାଯାଇଥିବା ବେଳେ 12 ସହ ଲୋକଙ୍କ ପାଇଁ ସିଟିଙ୍ଗ ବ୍ୟବସ୍ଥା କରାଯାଇଛି |

Related posts

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀ ଶିବିର

mahabharatanews

ଅଲଉତା ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

mahabharatanews

ରାଜ୍ୟରେ କମିଛି କରୋନା ସଂକ୍ରମଣ; ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

Leave a Comment