ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଏନଏସ୍ସିଏନ(ଆଇଏମ)ର ୬ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ରାଜ୍ୟର ତିରାପ ଜିଲ୍ଲା ଅନ୍ତର୍ଗତ ଖୋନସାରେ ଏହି ଘଟଣା ଘଟିଛି । ଜଣେ ସୁରକ୍ଷାକର୍ମୀ ଆହତ ହୋଇ ଚିକିତ୍ସିତ ଅଛନ୍ତି ।
ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା କି ଅରୁଣାଚଳପ୍ରଦେଶର ତିରାପ ଜିଲ୍ଲା ଅନ୍ତର୍ଗତ ଖୋନସାରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଖବର ପାଇ ଆସାମ ରାଇଫଲର ଦୁଇ କଲମ ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଭୋର ପ୍ରାୟ ୪.୩୦ରେ ଏନଏସ୍ସିଏନ (ଆଇଏମ) ଆତଙ୍କବାଦୀଙ୍କ ପତ୍ତା ମିଳିଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହ ଜବତ କରାଯାଇଛି ଓ ସେମାନଙ୍କ ନିକଟରୁ ୬ଟି ଅତ୍ୟାଧୁନିକ ରାଇଫଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅପରେସନ ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
previous post
next post