ଓଡିଶା

ମଦ ନେଲା ଜୀବନ

(ତାରାକାନ୍ତ ନାୟକ /ସାଲେପୁର): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୌଡପଡା ସର୍ବୋଦୟ ସେବା ସମିତି ଖଦୀମିଲର ବିରଜା ଭବନ ଏକ ମହଲା କୋଠାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଉଦ୍ଧାର କରି ତଦନ୍ତ ଚଳାଇଛି। ମୃତକ ଜଣକ ହେଲେ କେଶବ ସାହୁ।ସେ ସବୁବେଳେ ମଦ ପିଇ ନିଜ ସ୍ତ୍ରୀକୁ ବାଡାବାଡି କରନ୍ତି ବୋଲି ମାହାଙ୍ଗା ଥାନାରେ ଗତକାଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ସେଠାରେ ପୋଲିସ କେଶବ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। କେଶବଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଆଜି ସକାଳୁ ମିଳିଥିଲା।ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମାହାଙ୍ଗା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି। କେଶବଙ୍କ ଘର ସାଲେପୁର ଥାନା ଶିଶୁଆ ରାଘବପୁର। ସେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହ ଏହି ସେବା ସମିତି ଗୃହରେ ଦୀର୍ଘ ୨୦ ବର୍ଷ ହେଲା ରହିଆସୁଥିଲେ।

Related posts

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

mahabharatanews

ଜଗନ୍ନାଥ ଧାମ ନା ରାଜନୈତିକ ନାଟକ? ଭାବନା, ବିବାଦ ଏବଂ ବିଶ୍ୱାସର ନିର୍ଣ୍ଣୟ”…

mahabharatanews

ବର୍ଦ୍ଦିରେ ପୁଲିସ ବାବୁଙ୍କ ମଦ ଆସର

mahabharatanews