ଓଡିଶା

ଆମିଷ ତରକାରୀରେ ମହକୁଛି ଘର

(ଭୁବନେଶ୍ୱର) :  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ ଆଜି ବୁଧବାର ପାଳନ ହେଉଛି ଛାଡ଼ଖାଇ । ଆମିଷ ତରକାରୀ ବାସ୍ନାରେ ମହକୁଛି ଘର । ଏ ନେଇ ଆଜି ଆମିଷ ବଜାରରେ ଭିଡ଼ ଲାଗିଛି । ଏପରିକି ରାଜଧାନୀରେ ଆଜି କୋଟି କୋଟି ଟଙ୍କାର ଆମିଷ କାରବାର ହେବ ବୋଲି ଆକଳନ କରାଯାଇଛି ।

ସୂଚନାନୁଯାୟୀ , ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି ୯୦୦ଟଙ୍କା ଥିବା ବେଳେ କଙ୍କଡ଼ା ୧୨୦୦ରୁ 1800 ଟଙ୍କା ରହିଛି । ଏପରିକି ଚିଙ୍ଗୁଡ଼ି ଦର ହଜାରେ ପାର୍ । ତେବେ ମାଛ ଦରରେ ଗତକାଲି ତୁଳନାରେ ବିଶେଷ ଫରକ୍ ନାହିଁ । ଫଳରେ ଭଲ ଦୁଇ ପଇସା ବ୍ୟବସାୟ ଆଶା ରଖିଛନ୍ତି ବ୍ୟବସାୟୀ । ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ମାଲ୍ ବରାଦ କରି ରଖିଥିଲେ । ଓଡ଼ିଶା ଛେଳି ଯଥେଷ୍ଟ ହେବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଚାଲାଣ ହୋଇଥିଲା । ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍ କିଛିଟା ଅଧିକ ପରିମାଣରେ ଆମଦାନି ହୋଇଥିବା ସୂଚନା ମିଳିଛି ।

Related posts

ଉଦଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

mahabharatanews

ବିଦ୍ୟୁତ ତାରରେ ଶ୍ରମିକ ଗୁରୁତର ଆହାତ

mahabharatanews

ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୮ ଗୁରୁତର

mahabharatanews