ଓଡିଶା

ଆମିଷ ତରକାରୀରେ ମହକୁଛି ଘର

(ଭୁବନେଶ୍ୱର) :  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ ଆଜି ବୁଧବାର ପାଳନ ହେଉଛି ଛାଡ଼ଖାଇ । ଆମିଷ ତରକାରୀ ବାସ୍ନାରେ ମହକୁଛି ଘର । ଏ ନେଇ ଆଜି ଆମିଷ ବଜାରରେ ଭିଡ଼ ଲାଗିଛି । ଏପରିକି ରାଜଧାନୀରେ ଆଜି କୋଟି କୋଟି ଟଙ୍କାର ଆମିଷ କାରବାର ହେବ ବୋଲି ଆକଳନ କରାଯାଇଛି ।

ସୂଚନାନୁଯାୟୀ , ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି ୯୦୦ଟଙ୍କା ଥିବା ବେଳେ କଙ୍କଡ଼ା ୧୨୦୦ରୁ 1800 ଟଙ୍କା ରହିଛି । ଏପରିକି ଚିଙ୍ଗୁଡ଼ି ଦର ହଜାରେ ପାର୍ । ତେବେ ମାଛ ଦରରେ ଗତକାଲି ତୁଳନାରେ ବିଶେଷ ଫରକ୍ ନାହିଁ । ଫଳରେ ଭଲ ଦୁଇ ପଇସା ବ୍ୟବସାୟ ଆଶା ରଖିଛନ୍ତି ବ୍ୟବସାୟୀ । ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ମାଲ୍ ବରାଦ କରି ରଖିଥିଲେ । ଓଡ଼ିଶା ଛେଳି ଯଥେଷ୍ଟ ହେବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଚାଲାଣ ହୋଇଥିଲା । ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍ କିଛିଟା ଅଧିକ ପରିମାଣରେ ଆମଦାନି ହୋଇଥିବା ସୂଚନା ମିଳିଛି ।

Related posts

କରତକଳରେ ଚଢାଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଚୋରା କାଠ ଜବତ

mahabharatanews

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ, ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ପାଇଁ ଆହ୍ବାନ

mahabharatanews

୫୦୦୦ ଲେମ୍ବୁରେ ମା’ଙ୍କୁ ସ୍ୱାଗତ,ବାଲୁକାକଳାରେ ବିଶ୍ୱକପ ପାଇଁ ପ୍ରାର୍ଥନା 

mahabharatanews