ଓଡିଶା

ଆର୍ ପି +୩ କଲେଜର ବାର୍ଷିକ ଉତ୍ସବ ପାଳିତ

(ମହାଭାରତ, ଆଠଗଡ): ଆଠଗଡ ସ୍ଥିତ ଆର. ପି +୩ କଲେଜର ୪ର୍ଥ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପନିର୍ଦ୍ଦେଶକ ତୁଷାରକାନ୍ତ ତ୍ରିପାଠୀ ଏବଂ ମୁଖ୍ୟ ଅତିଥି ଡ଼. ହରପ୍ରସନ୍ନ ଦାସ ଯୋଗ ଦେଇଥିଲେ । ଏହି ବାର୍ଷିକ ଉତ୍ସବର ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାର ମୂଲ୍ୟବୋଧ ବିଷୟରେ ଉଲ୍ଲେଖ କରିବା ସହ ନିଜକୁ ଭଲ ମଣିଷ ଭାବେ ଗଢି ତୋଳିବା ପାଇଁ ସମାଜରେ ଭଲ କାମ କରିବାକୁ ମୁଖ୍ୟ ଅତିଥି କଲେଜର ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ପରେ କଲେଜର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ କଲେଜ ଛାତ୍ରଛାତ୍ରୀମାନେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟେଲି ଦୁନିଆର ଅଭିନେତ୍ରୀ ଲିନା ସାମଲ ଓ ଅନ୍ୟ ବିଶିଷ୍ଟ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଶଣ କରିଥିଲେ ।

Related posts

ଆଜି ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା

mahabharatanews

OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି

mahabharatanews

ସାବଧାନ ଛପିଛି ବାଘୁଣୀ 

mahabharatanews