ଓଡିଶା

୨ଘଣ୍ଟା ଅଟକିଲା ଟ୍ରେନ

(ମହାଭାରତ, ରାଉରକେଲା): ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଧବାର ସକାଳେ ରାଉରକେଲା ରେଳ ଷ୍ଟେସନ ଠାରେ ହାୱଡା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ ଦୀର୍ଘ ସମୟ ଧରି ଅଟକି ରହିଥିଲା । ନିର୍ଦ୍ଧାରିତ ସମୟ ସକାଳ ୬ଟା ୩୦ରେ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ପରେ ଏସ-୪ ବଗିର ଚକା ପାଖରେ ଲାଗିଥିବା ଷ୍ଟିପ୍ ପିନ୍ଟି ଭାଙ୍ଗି ଯାଇଥିବା ଦେଖାଯାଇଥିଲା । ଯାଞ୍ଚ ବେଳେ ଏସ-୪ ବଗିରେ ତ୍ରୁଟି ଥିବା ଜଣାପଡିଥିଲା । ରାଉରକେଲା ଓ ବନ୍ଧମୁଣ୍ଡାରୁ ଆସିଥିବା ମେକାନିକ ମାନେ ଦୀର୍ଘ ୨ ଘଣ୍ଟା ଧରି ଏହାକୁ ଠିକ କରିଥିଲେ । ଟ୍ରେନ ସଜଡା ଯିବା ପରେ ଟ୍ରେନ ରାଉରକେଲା ଷ୍ଟେସନ ଛାଡିଥିଲା । ତେବେ ଷ୍ଟେସନରେ ଅନେକ ସମୟ ଧରି ଟ୍ରେନଟି ଅଟକି ରହିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ଟ୍ରେନରେ ଥିବା ଯାନ୍ତ୍ରିକ ତ୍ରୁଟି ଠିକ ସମୟରେ ସଜଡା ଯାଇଥିବାରୁ ବହୁ ସଂଖ୍ୟାରେ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Related posts

ପୁଣି ଫେରିଲା ତାତି

mahabharatanews

ସ୍ୱତନ୍ତ୍ର ଭାରତୀୟ ସ୍ଥଳ ସେନା – ଅଗ୍ନିବୀର ପଦବୀ ନିମନ୍ତେ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

mahabharatanews

ଭୟାବହ ଅଗ୍ନିକାଣ୍ଡରେ ଜଳୁଛି ପୁରୀର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ

mahabharatanews