Uncategorized

ଆଲିଗଡ ମୁସଲିମ ୟୁନିଭର୍ସିଟି ଶିକ୍ଷାର୍ଥୀଙ୍କୁ କୁଳପତିଙ୍କ ଅପିଲ

(ଆଲିଗଡ): ଜାନୁଆରୀ ୩୦ ତାରିଖରୁ ଶିକ୍ଷାର୍ଥୀମାନେ ଆସି କ୍ଲାସ କରିବା ସହ ପରୀକ୍ଷା ଦିଅନ୍ତୁ ବୋଲି ଆଲିଗଡ ମୁସଲିମ ୟୁନିଭର୍ସିଟିର କୁଳପତି ତାରିକ୍ ମନସୁର୍ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତିି । ଏହାସହ ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ବଜାୟ ରଖିବାକୁ ସେ ଶିକ୍ଷାର୍ଥୀମାନଙ୍କୁ ଅପିଲ କରିଛନ୍ତି । ଦୀର୍ଘ ୧୮ ଦିନ ଧରି ୟୁନିଭର୍ସିଟିରେ ପାଠପଢା ହୋଇପାରିନାହିଁ । ଡିସେମ୍ବର ୧୧ରୁ ୧୪ ପର୍ଯ୍ୟନ୍ତ ସିଏଏ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବା ପାଳନ କରାଯାଇଥିଲା । କିନ୍ତୁ ସେହିମାସ ୧୫ ତାରିଖରେ ବିକ୍ଷୋଭ ବେଳେ ହୋଇଥିବା ହିଂସାରେ ବହୁ ଶିକ୍ଷାର୍ଥୀ ଆହତ ହେବା ସହ ଅନେକଙ୍କୁ ହଷ୍ଟେଲ ଛାଡିବା ପାଇଁ ପଡିଥିଲା । ସେଥିପାଇଁ ଆମେ ଦୁଃଖିତ ବୋଲି କୁଳପତି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସାଧାରଣତନ୍ତ୍ର ଦିବସ ପାଳନ ବେଳେ କିଛି ଦୁର୍ବୃତ୍ତ ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ । ଏହା ଅତି ଦୁଃଖର ବିଷୟ । କାରଣ ଏହା ଏକ ଜାତୀୟ ଉତ୍ସବ । ତେବେ ସେ ସବୁ ପୁରୁଣା କଥାକୁ ଭୁଲି ଶିକ୍ଷାର୍ଥୀମାନେ ବିଶ୍ୱବିଦ୍ୟାଳୟକୁ ଫେରି ନିୟମିତ କ୍ଲାସ କରନ୍ତୁ ଏବଂ ପରୀକ୍ଷାରେ ଯୋଗ ଦିଅନ୍ତୁ ବୋଲି କୁଳପତି ତାରିକ୍ ଛାତ୍ରଛାତ୍ରୀଙ୍କୁ ଅପିଲ୍ କରିଛନ୍ତି ।

Related posts

ଭେଣ୍ଟିଲେଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ

mahabharatanews

ଟ୍ରମ୍ପଙ୍କ କୋରୋନା ଭାଇରସ ଟେଷ୍ଟ

mahabharatanews

ଜାମିଆ ହିଂସା ଘଟଣା, ଦିଲ୍ଲୀ ପୋଲିସର ଚାର୍ଜସିଟ୍ ଦାଖଲ, ଶରଜିଲ ଇମାମ୍ ‘ଉତ୍ତେଜନା ସୃଷ୍ଟିକାରୀ’

mahabharatanews