ମନୋରଞ୍ଜନ

ଆସନ୍ତାକାଲି ପଡିବ ପରି -ରାଘବଙ୍କ ହାତଗଣ୍ଠି

(ମୁମ୍ବାଇ) : ଆସନ୍ତା ୨୪ ତାରିଖରେ ରାଜସ୍ଥାନର ଉଦୟପୁରଠାରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପରିବାର ବର୍ଗ ବିଭିନ୍ନ ପରମ୍ପରା ପାଳିବା ପାଇଁ ଉଦୟପୁର ବାହାରି ଯାଇଛନ୍ତି । ରାଘବ ମଧ୍ୟ ଜୟପୁର ବାହାରିଥିବା ବେଳେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଥିଲା l ଏଥିସହ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାନୁଯାୟୀ , ବରଯାତ୍ରୀଙ୍କୁ ରାଜସ୍ଥାନୀ ସଂସ୍କୃତି ଓ ପରମ୍ପରାରେ ସ୍ବାଗତ କରାଯିବ। ବିବାହ ମଣ୍ଡପକୁ ସଜାଇବା ଲାଗି କୋଲକାତା ଓ ଦିଲ୍ଲୀରୁ ସ୍ବତନ୍ତ୍ର ଧରଣର ଧଳା ରଙ୍ଗର ଫୁଲମାନ ମଗାଯାଇଛି।ପ୍ରୀତିଭୋଜନରେ ବିଭିନ୍ନ ପ୍ରକାର ପଞ୍ଜାବୀ ଓ ରାଜସ୍ଥାନୀ ବ୍ୟଞ୍ଜନ ପରଷାଯିବ। ଚଳିତବର୍ଷ ପ୍ରାରମ୍ଭରେ ମୁମ୍ବାଇର ଏକ ଭୋଜନାଳୟରେ ପରିଣୀତି ଓ ରାଘବ ଏକାଠି ବସି ଖାଉଥିବାର ଫଟୋ ପ୍ରସାରିତ ହେଲା ପରେ ସେମାନଙ୍କ ଭିତରେ ପ୍ରେମସମ୍ପର୍କ ଗଢ଼ି ଉଠିଥିବା ଚର୍ଚ୍ଚା ହୋଇଥିଲା।

Related posts

ଗଦର-୨’ପାଇଁ ବିବାଦୀୟ ବୟାନଦେଇ ଚର୍ଚ୍ଚାରେ କମାଲ ଆର୍ ଖାନ୍ 

mahabharatanews

ବଲିଉଡକୁ ଘାରିଛି ତମାଖୁ ବିଜ୍ଞାପନ ନିଶା  

mahabharatanews

୬୦ ବର୍ଷରେ ଦ୍ୱିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

mahabharatanews