ଓଡିଶା

 ୩ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା

(ଭୁବନେଶ୍ୱର) :  ସକ୍ରିୟ ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେବ ସାରା ରାଜ୍ୟରେ ବର୍ଷା ଲାଗି ରହିଛି ।  ଏଥି ମଧ୍ୟରେ ଆଜି ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆସନ୍ତା ୩ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

 

ସୂଚନାନୁଯାୟୀ,  ସେହିପରି ଅନ୍ୟ ୭ ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇପାରେ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ସେହିପରି ଖୋର୍ଦ୍ଧା, କଟକ, ଗଜପତି, ଗଞ୍ଜାମ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଆସନ୍ତା ୩ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

 

Related posts

ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଲାଗିବ ଏୟାର ପ୍ୟୁରିଫାୟର୍

mahabharatanews

ଭୁବନେଶ୍ୱରରେ ହତ୍ୟା କରି ଘଟଗାଁ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ ପୁରୁଷ ବନ୍ଧୁ

mahabharatanews

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୧୬ ଜିଲ୍ଲାରେ କାଳ ବୈଶାଖୀ ସହ ବଜ୍ରପାତ ସମ୍ଭାବନା

mahabharatanews