(ଭୁବନେଶ୍ୱର) : ବଙ୍ଗୋପସାଗରରେ ଆସୁଛି ଦୁଇଟି ଲଘୁଚାପ । ବଙ୍ଗୋପସାଗରରେ ଆଗ ପଛ ହୋଇ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶାରେ ଅଳ୍ପ ବର୍ଷା ହେବାର ଆଶଙ୍କା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୫ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୬ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ନଭେମ୍ବର ୩୦ରୁ ଡିସେମ୍ବର ୬ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ କିଛି ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି ।
ସୂଚନାନୁଯାୟୀ , ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ୨୭ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା ରହିଛି । ପ୍ରତ୍ୟାହୃତ ହୋଇପାରେ ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ କ୍ରମଶଃ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗରରେ ୨୭ ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ତୀବ୍ରତା ଓ ଗତିପଥ ଦେଖି ଜଣାଯିବ ଏହା କେଉଁ ଉପକୂଳ ମୁହାଁଇବ । ରାଜ୍ୟ ଉପରେ ପ୍ରଭାବ ପଡ଼ିବ ନା ନାହିଁ ତାହା ଆଗକୁ ଜଣାପଡିବ । ତେବେ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଗୁଡ଼ିକ ଏବେଠାରୁ ଆକଳନ କଲେଣି ଯେ, ସାମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେଇପାରେ ।