ଓଡିଶା

ଭୁବନେଶ୍ୱରର ସପିଂ ମଲରେ ଦିଆଯିବ ଟିକା

ଭୁବନେଶ୍ୱର:ଆଜିଠାରୁ ଭୁବନେଶ୍ୱରର ସପିଂ ମଲରେ ଦିଆଯିବ ଟିକା ।ଭୁବନେଶ୍ୱର ମହାନଗର ନିଗମରେ ଟିକାକେନ୍ଦ୍ର ସଂଖ୍ୟା ପୁଣି ବୃଦ୍ଧି କରାଯାଇଛି।  ଭୁବନେଶ୍ୱରରେ ଟିକାଦାନ କେନ୍ଦ୍ର ୨୭ରୁ ୩୨କୁ ବୃଦ୍ଧି ହୋଇଛି। ପ୍ରଥମ ପର୍ୟ୍ୟାୟରେ ୩ଟି ସପିଂ ମଲରେ ମିଳିବ ଏହି ସୁବିଧା । କେବଳ ୧୮ରୁ୫୯ ବୟସ ବର୍ଗଙ୍କ ପ୍ରିକସନ ଡୋଜ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।ସୂଚନା ଅନୁଯାୟୀ, ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ, ପାତ୍ରପଡା ସ୍ଥିତ ଡି ଏନ ରେଗାଲିଆ ଓ ରସୁଲଗଡ଼ ସ୍ଥିତ ଏସପ୍ଲାନେଡ଼ ମଲରେ ହୋଇଛି ଟିକାକେନ୍ଦ୍ର ।  ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧ଟା ଓ ଅପରାହ୍ଣ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ।  ପ୍ରିକସନ ଡୋଜ ପାଇଁ ଅନଲାଇନରେ ହେବ ସ୍ଲଟ ବୁକିଂ।

Related posts

ଜୟପାଟଣା ପୋଲିସ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ୟ୍ୟକ୍ରମ

mahabharatanews

୧୬ରେ ସୃଷ୍ଟି ହେବ  ଏକ ଘୂର୍ଣ୍ଣିବଳୟ

mahabharatanews

ରାଜ୍ୟରୁ ୨୪ ଘଣ୍ଟାରେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews