Uncategorized

ଇଟାଲିକୁ ପଛରେ ପକାଇ ଭାରତ ବିଶ୍ୱ କରୋନା ତାଲିକାରେ ୬ଷ୍ଠ ସ୍ଥାନରେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ଏକ ସପ୍ତାହ ମଧ୍ୟରେ ୬୧ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତ ବିଶ୍ଵ କରୋନା ତାଲିକାରେ ଇଟାଲିକୁ ଫଛରେ ପକାଇ ଷଷ୍ଠ ସ୍ଥାନ ଅଧିକାର କଲାଣି। ବିଶ୍ଵ ତାଲିକାରେ ସପ୍ତମ ସ୍ଥାନରେ ଥିବା ଇଟାଲିରେ ବର୍ତ୍ତମାନ ୨ ଲକ୍ଷ ୩୪ ହଜାର ୫୩୧ ଜଣ ସଂକ୍ରମିତ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଥିବା ଭାରତରେ ୨ ଲକ୍ଷ ୩୬ ହଜାର ୬୫୭ ଜଣ ସଂକ୍ରମିତ ରହିଛନ୍ତି ।
ଭାରତରେ ବିଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ପ୍ରତିଦିନ ୮ ରୁ ୯ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ଭାରତରେ ୯ ହଜାର ୮୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୪ ଜଣଙ୍କ ପ୍ରାଣହାନୀ ହୋଇଛି । ଭାରତରେ ଯେଉଁଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି ତାକୁ ରୋକ ଲଗାଇବା ଜରୁରି ହୋଇ ପଡିଛି । ନହେଲେ ଭାରତ ବିଶ୍ଵ ତାଲିକାରେ ଥିବା ଆମେରିକାକୁ ମଧ୍ୟ ଫଛରେ ପକାଇ ଦେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଭାରତରେ ୨ଲକ୍ଷ ୩୬ ହଜାର ୬୫୭ ଜଣ ସଂକ୍ରମତି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୭୩ ଜଣ ସୁସ୍ଥ ହୋଇଥିବା ବେଳେ ୬ ହଜାର ୬୬୪ ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୧୫ ହଜାର ୯୪୨ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

୨୪ ଘଣ୍ଟାରେ ଦେଶରେ ୩୨ ହଜାର ୬୯୫ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ରାଜ୍ୟସଭାରେ ଶପଥ ଗ୍ରହଣ ପରେ ମୁହଁ ଖୋଲିବେ ଗୋଗୋଇ

mahabharatanews

ଦେଶରେ ୯୧ ଲକ୍ଷ କୋଭିଡ-୧୯ ଟେଷ୍ଟ ହେ।ଇଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews