Uncategorized

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୩ ଜଣ ମୃତ

ଭୋପାଳ: ଆଜି ସକାଳୁ ମଧ୍ୟପ୍ରଦେଶର ଗୋଆଲିୟର ପୁରାନୀ ଛୱାନୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଛନ୍ତି । ଏକ ବସ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଘଟଣା ଏପରି ଭୟଙ୍କର ଥିଲ।। କି ଅଟୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଆଜି ସକାଳୁ କିଛି ମହିଳା ଏକ ଅଟୋ ଯୋଗେ ଏକ ଭୋଜିକୁ ରୋଷେଇ କରିବାକୁ ଯାଉଥିଲେ । ଅଟୋର କ୍ଷମତା ଠାରୁ ଅଧିକ ଅଟୋରେ ସବାର ହୋଇଥିଲେ । ପ୍ରାୟ ୭ଟା ବେଳେ ପୁରାନୀ ଛୱାନୀଠାରେ ମୋରେନା ଯାଉଥିବା ଏକ ବସ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ୧୦ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଟୋ ଡ୍ରାଇଭର ମଧ୍ୟ ରହିଛନ୍ତି ।
ଏହି ଦୁଃଖଦ ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ତଥା ପ୍ରତ୍ୟେକ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଘୋଷଣା କରିଛନ୍ତି।

 

Related posts

ବାଇଡେନଙ୍କ ଉଦ୍ଘାଟନୀ ଉଦବୋଧନର ଲେଖକ ଜଣେ ଭାରତୀୟ

mahabharatanews

୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୦୯ ମୃତ

mahabharatanews

ଲକଡାଉନ: ୧୧ରେ ଚୂଡାନ୍ତ ନିଷ୍ପତ୍ତି

mahabharatanews