Uncategorized

ଇରାକ ନଯିବାକୁ ଭାରତୀୟଙ୍କୁ ବୈଦେଶିକ ମନ୍ତ୍ରାଳୟର ପରାମର୍ଶ

(ନୂଆଦିଲ୍ଲୀ): ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଅଧିକ ଘନିଭୂତ ହେବାରେ ଲାଗିଛି । ବୁଧବାର ଭୋର ୫ଟାରେ ଇରାନ, ଇରାକରେ ଥିବା ଆମେରିକାର ଏୟାରବେସ ଉପରେ ଏକ ଡଜନରୁ ଅଧିକ ରକେଟ ମାଡ କରିଥିଲା । ଏହାପରେ ଏହି ଅଞ୍ଚଳରେ ଅଶାନ୍ତିର ମାହୋଲ ସୃଷ୍ଟି ହୋଇଛି । ଏହାକୁ ନେଇ ବିଦେଶ ମନ୍ତ୍ରାଳୟ ଭାରତୀୟ ନାଗରିକଙ୍କୁ ଇରାକ ନଯିବା ପାଇଁ ପରାମର୍ଶ ଦେଇଛି । ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ଯାଏ, କୌଣସି ଜରୁରୀ କାମ ନଥିଲେ ଭାରତୀୟମାନେ ସେଠାକୁ ଯାଆନ୍ତୁ ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଟ୍ୱିଟ କରି କହିଛନ୍ତି । ସେହିପରି ଇରାକରେ ବସବାସ କରୁଥିବା ଭାରତୀୟ ନାଗରିକ ମାନଙ୍କୁ ସତର୍କ ରହିବା ସହ କୌଣସି ସ୍ଥାନକୁ ନ ଯିବାକୁ କୁହାଯାଇଛି । ଇରାକରେ ବସବାସ କରୁଥିବା ଭାରତୀୟମାନଙ୍କୁ ସମସ୍ତ ସେବା ଯୋଗାଇ ଦେବାକୁ ଇରାକ ସ୍ଥିତ ଭାରତୀୟ ଦୂତାବାସ ଓ ଏର୍ବିଲ କନସୁଲେଟ ସ୍ୱାଭାବିକ ଭାବେ କାମ କରିବ ବୋଲି ରବୀଶ କହିଛନ୍ତି । ଉତ୍ତେଜନାମୟ ପରିସ୍ଥିତି ଉପୁଜି ଥିବାରୁ ଇରାନ, ଇରାକ ଏବଂ ଉପସାଗରୀୟ ଅଞ୍ଚଳର ଆକାଶପଥ ବ୍ୟବହାର ନ କରିବାକୁ ଭାରତୀୟ ବିମାନ ଚଳାଚଳ ସଂସ୍ଥାକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

Related posts

ଚମୋଲି: ପ୍ରକୃତିକ ତାଣ୍ଡବର କାରଣ ଭିନ୍ନ

mahabharatanews

କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ  ଉପକାର ନାହିଁ

mahabharatanews

ଦେଶରେ ୨୪ ଘଣ୍ଟାରେ ୭୫ ହଜାର ୭୬୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews