ଓଡିଶା

ଇଲେକ୍ଟ୍ରୋ ଚିକିତ୍ସକ ସଂଘର ମାଗଣା ସ୍ୱାସ୍ଥ୍ୟ ଶିବିର

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ପାନ୍ଥନିବାସ ପରିସରରେ ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ପୁରୀ ଇଲେକ୍ଟ୍ରୋ ହୋମିଓପାଥିକ ଚିକିତ୍ସକ ସଂଘ ତରଫରୁ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଛି । ବିନା କୌଣସି ଦେୟରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଶିବିରରେ ଔଷଧ ଦିଆଯାଇଥିଲା । ଏହି ଶିବିରରେ ଲୋକଙ୍କୁ ଦିଆଯାଉଥିବା ଔଷଧ ଗୁଡିକର କୌଣସି ଖରାପ ଗୁଣ ନଥିବା ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ଡ଼ା. ଅଜୟ କୁମାର ପୃଷ୍ଟି, ଡ଼ା. ସ୍ମୃତିଶିଖା ବାରିିକ, ଡ଼ା. କିରଣ ବାଳା ବାରିକ ପ୍ରମୁଖ ଏହି ଶିବରିରେ ଯୋଗ ଦେଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରିଥିଲେ ।

Related posts

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିବେ ନୂଆ ଚେହେରା!

mahabharatanews

ବଡ଼ପାଟଣା ଗ୍ରାମପଂଚାୟତର ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ସହାୟତାରେ ରନ୍ଧାଖାଦ୍ୟ ବଣ୍ଟନ

mahabharatanews

ସମ୍ପନ୍ନ ହେଲା ରଥଯାତ୍ରା

mahabharatanews