ଓଡିଶା

ଓଡିଶା ସାରା ବିକାଶ ଧାରା କାର୍ଯ୍ୟକ୍ରମ

ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ ଏବଂ ଝରୀଗାଁ ବିଧାୟକ ନରସିଂହ ଭତ୍ରାଙ୍କ ପ୍ରତିନିଧିତ୍ୱରେ ଝରୀଗାଁ ଠାରେ ଓଡିଶା ସାରା ବିକାଶର ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଡବଲ ଇଂଜିନ ସରକାରରେ ରାଜ୍ୟରେ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ହୋଇଥିବା ବେଳେ କେନ୍ଦ୍ରରେ ସରକାରକୁ ବାର ବର୍ଷ ପୂର୍ତ୍ତି ହୋଇଛି, ଇତି ମଧ୍ୟରେ ଓଡ଼ିଶାର ବିକାଶ ତଥା ସାମାଜିକ ସୁରକ୍ଷା, ଆର୍ଥିକ ଅବିବୃଦ୍ଧି ଏବଂ ବିକାଶ ମୂଳକ କାର୍ଯ୍ୟ ଲାଗି ବିଭିନ୍ନ ପ୍ରକାର ଯୋଜନା ମାନ କାର୍ଯ୍ୟକାରୀ କରାଯାଇଛି,

ତେବେ ଏହି ସବୁ ଯୋଜନାର ସଫଳତା ଏବଂ ସଚେତନତା ଲାଗି ଆୟୋଜିତ ଏହି ଓଡିଶା ସାରା ବିକାଶର ଧାରା କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ମାଝୀ ଲୋକଙ୍କ ମତାମତ ସଂଗ୍ରହ ସହ ସଚେତନ କରି ଏହି ସବୁ ଯୋଜନାର ଲାଭ ଉଠେଇ ଓଡ଼ିଶାରେ ଡବଲ ଇଂଜିନ ସରକାରର ବିକାଶ ଧାରାକୁ ସମସ୍ତେ ମିଶି ଆଗେଇ ନେବା ଲାଗି ଆହ୍ୱାନ କରିଥିଲେ। ଦୀର୍ଘ ପାଞ୍ଚ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ଦିନରେ ନୂତନଭାବେ ଚିହ୍ନଟ ଅନ୍ନପୂର୍ଣ୍ଣା ଯୋଜନା ହିତାଧିକାରୀ, ବିଧବା ଭତ୍ତା ଏବଂ ବିକଳାଙ୍ଗ  ହିତାଧିକାରୀଙ୍କୁ କାର୍ଡ ଓ ଭତ୍ତା ପ୍ରଦାନ କରାଯାଇଥିଲା. ଏବଂ ଅଙ୍ଗନବାଡି କର୍ମୀଙ୍କୁ ନୂତନ ମୋବାଇଲ ବଣ୍ଟନ କରାଯାଇଥିଲା।

Related posts

‘ଓଡ଼ିଆ ଚରିତକୋଷ’ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ

mahabharatanews

ଅଗଷ୍ଟ ୨୧ରୁ +୨ ନାମ ଲେଖା ପାଇଁ ଆବେଦନ ଆରମ୍ଭ

mahabharatanews

ରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷିବ !

mahabharatanews