ଭଦ୍ରକ/ ସେକ ଫଇଜାନ କାଦରୀ: ଇସ୍ତଫା ଦେଲେ ବିଜେପି ଭଦ୍ରକ ଜିଲ୍ଲା ଯୁବ ମୋର୍ଚା ସଭାପତିବିକାଶ ଶ୍ରେଷ୍ଟା । ସେ ଜିଲ୍ଲା ବିଜେପିରେ ନିଜକୁ ଅସୁରକ୍ଷିତ ମନେ କରିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି । ଏହି ଉପଲକ୍ଷେ ହୋଟେଲ ହେଲୋ ଠାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ସେ ବିଜେପି ଜିଲ୍ଲା ଯୁବ ମୋର୍ଚା ସଭାପତି ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି, ତାଙ୍କୁ ଗତ କିଛି ମାସ ପୂର୍ବରୁ କିଛି ବିଜେପି ଯୁବ ମୋର୍ଚା କର୍ମୀ ଆକ୍ରମଣ କରିଥିଲେ । କିନ୍ତୁ ଦଳର ସବୁ ନେତା ଏସବୁ ଜାଣି ନିରବ ରହିଲେ । ଅଥଚ ଯେଉଁମାନେ ତାଙ୍କୁ ଆକ୍ରମଣ କରିଥିଲେ ସେମାନେ ବାରିପଦାରେ ଆକ୍ରମଣର ଶିକାର ହେବା ପରେ ତାଙ୍କ ପାଇଁ ଦଳ ଆନ୍ଦୋଳନ କରୁଛି । ବନ୍ଦ ଡାକରା ଦେଉଛି । ତେଣୁ ସେ ପାର୍ଟି କାର୍ୟ୍ୟ କର୍ତାଙ୍କ ଅଭିମୁଖ୍ୟରେ ଅତିଷ୍ଟ ହୋଇ ପଡିଛନ୍ତି । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ସେ ଦଳରେ ସୁରକ୍ଷିତ ମନେ ନ କରି ବିଜେପି ଯୁବ ମୋର୍ଚା ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି । ଏ ସମ୍ପର୍କ ରେ ସେ ବିଜେପି ରାଜ୍ୟ ସଭାପତିଙ୍କୁ ଜଣାଇ ଦେଇଥିବା କହିଛନ୍ତି ।